ଦେଶ ବିଦେଶ

ଭୂମିକମ୍ପ ଝଟ୍‌କାରେ ଥରିଲା ନାଗପୁର, ରିକ୍ଟର ସ୍କେଲରେ ତୀବ୍ରତା ୨.୭

ମହାରାଷ୍ଟ୍ରରେ ଭୂମିକମ୍ପ । ରାଜ୍ୟର ନାଗପୁର ଅଞ୍ଚଳରେ ହାଲୁକା ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ନାଗପୁର ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନ ପ୍ରାୟ ୨ଟା ୪୮ ମିନିଟ୍‌ରେ ଭୂମିକମ୍ପର ହାଲୁକା କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ବୋଲି କୁହାଯାଉଛି ।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନାଗପୁର ଜିଲ୍ଲାର ଉମରେଡ୍‌ ଗ୍ରାମରେ ବୋଲି କୁହାଯାଉଛି । ଭୂମିକମ୍ପ ହେବା କ୍ଷଣି ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ଏହା ପୂର୍ବରୁ ମଧ୍ୟ ମେ’ ୩ରେ ନାଗପୁରରେ ଭୂମିକମ୍ପର ହାଲୁକା ଝଟ୍‌କା ଅନୁଭବ କରାଯାଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ମପା ଯାଇଥିଲା । ଦୁଇ ଦିନ ପରେ ଅର୍ଥାତ୍ ଆଜି ମେ’ ୫ରେ ପୁଣି ଥରେ ଏଠାରେ ନାଗପୁର ମାଟି ଥରି ଉଠିଛି ।

ଚଳିତ ବର୍ଷ ମାର୍ଚ୍ଚ ୨୧ରେ ମହାରାଷ୍ଟ୍ରର ହିଙ୍ଗୋଲିରେ ସକାଳ ୬ଟା ୮ ମିନିଟ୍‌ରେ ଏକ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୫ । ପୁଣି ଏହାର କିଛି ସମୟ ପରେ ଅର୍ଥାତ୍‌ ୧୧ ମିନିଟ୍‌ ବ୍ୟବଧାନ ପରେ ଆଉ ଏକ ଝଟ୍‌କା ଅନୁଭବ କରାଯାଇଥିଲା । ଦ୍ୱିତୀୟ ଥର ଅନୁଭୂତ ଝଟ୍‌କା ୩.୬ ତୀବ୍ରତାର ଥିଲା । ଏହି ସମୟରେ ଲୋକମାନେ ଘର ଏବଂ ଅଫିସ୍‌ରୁ ଦୌଡ଼ାଦୌଡ଼ି ହୋଇ ବାହାରକୁ ଚାଲି ଆସିଥିଲେ । ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସଞ୍ଚାର ହୋଇଯାଇଥିଲା ।

ଏହିପରି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ମଧ୍ୟ ମାର୍ଚ୍ଚ ୨୧ରେ ଭୂମିକମ୍ପ ଆସିଥିଲା । ସକାଳ ୬ଟା ବେଳେ ୪.୨ ତୀବ୍ରତାର ଝଟ୍‌କା ଅନୁଭବ କରାଯାଇଥିଲା । କହି ରଖୁଛୁ ଯେ ୨୦୨୨ ପର ଠାରୁ ମୁମ୍ବାଇରେ ୧୦୦ କିଲୋମିଟର (୬୩ ମାଇଲ) ଦୂରତା ଭିତରେ ୩.୮ ତୀବ୍ରତା ପର୍ଯ୍ୟନ୍ତ ୧୨ଟି ଭୂମିକମ୍ପ ଅନୁଭୂତ ହୋଇଛି ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

12 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

26 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

41 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

52 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago