ଦେଶ ବିଦେଶ

ମୁମ୍ବାଇ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଗିରଫ, ଗୋଆରୁ ଧରିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇର ଘାଟକୋପରରେ ହୋର୍ଡିଂ ଭୁଶୁଡ଼ିବା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି । ଘାଟକୋପରରେ ହୋର୍ଡିଂ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏକ ମାମଲା ରୁଜୁ କରି ଏଗୋ ମିଡିଆର ମାଲିକ ଭାବେଶ ଭିଣ୍ଡେ ଏବଂ ଷ୍ଟ୍ରକ୍‌ଚରାଲ ସାର୍ଟିଫିକେଟ୍‌ ଦେଇଥିବା ଇଞ୍ଜିନିୟରଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ୍‌ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ।

ଗିରଫ ଦୁଇ ଜଣ ହେଲେ ଜାହ୍ନବୀ ମରାଠେ ଓ ସାଗର ପାଟିଲ । ଗୋଆରୁ ସେମାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଯେତେବେଳେ ଏହି ହୋର୍ଡିଂ ସ୍ଥାପନ କରାଯାଉଥିଲା ଏବଂ ଏହାର ପ୍ରକ୍ରିୟା ଚାଲିଥିଲା, ସେହି ସମୟରେ ଜାହ୍ନବୀ ଏଗୋ ମିଡିଆ କମ୍ପାନୀର ନିର୍ଦ୍ଦେଶକ ଥିଲେ । ସାଗର ପାଟିଲ ହୋର୍ଡିଂ ସ୍ଥାପନ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ।

କହି ରଖୁଛୁ ଯେ ମେ’ ୧୩ରେ ପ୍ରବଳ ବର୍ଷା ଏବଂ ଧୂଳି ଝଡ଼ ମଧ୍ୟରେ ପେଟ୍ରୋଲ ପମ୍ପ୍‌ ଉପରେ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା । ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଘାଟକୋପର ଅଞ୍ଚଳର ଛେଡା ନଗରରେ ୧୨୦ ଫୁଟ୍‌ର ଏକ ବିରାଟ ବିଲବୋର୍ଡ ସେଠାରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ଉପରେ ଖସି ପଡିଥିଲା, ଯାହାଫଳରେ ଯାନବାହନ ସହିତ ବହୁ ସଂଖ୍ୟକ ଲୋକ ଏହା ତଳେ ଚାପି ହୋଇ ଯାଇଥିଲେ ।

ହୋର୍ଡିଂ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେଶ ଭିଣ୍ଡେଙ୍କୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ରାଜସ୍ଥାନର ଉଦୟପୁରରୁ ଗିରଫ କରିଥିଲା । ଭାବେଶ ବିଲବୋର୍ଡର ମାଲିକ ଥିଲେ । ହୋର୍ଡିଂ ଲଗାଇବା ପାଇଁ ବିଜ୍ଞାପନ ଏଜେନ୍ସି ବିଏମ୍‌ସିରୁ କୌଣସି ଅନୁମତି ନେଇ ନ ଥିଲା ।

Roshni

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

18 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

26 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago