ଦେଶ ବିଦେଶ

ଗୁୟାନାର ଏକ ସ୍କୁଲ ହଷ୍ଟେଲରେ ଲାଗିଲା ନିଆଁ: ୨୦ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ସାଉଥ ଆମେରିକା ଦେଶ ଗୁୟାନାର ଏକ ସ୍କୁଲ ହଷ୍ଟେଲରେ ନିଆଁ ଲାଗି ୨୦ ଛାତ୍ର ମୃତ୍ୟୁବରଣ କରିଛନ୍ତି । ୧୨ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।

ଖବର ମୁତାବକ, ମଧ୍ୟ ଗୁୟାନାର ମହଦିୟା ସହର ସ୍ଥିତ ସ୍କଲ ହଷ୍ଟେଲରେ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର ସଠିକ୍‌ କାରଣ ଜଣାପଡିନାହିଁ । ସ୍ଥାନୀୟ ମିଡିଆ ଅନୁସାରେ, ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ଆଉ ମୃତ୍ୟୁ ସଂଖ୍ୟା ବଢିପାରେ । ନିଆଁ ଲାଗିବା ଯୋଗୁଁ ପିଲାମାନେ ହଷ୍ଟେଲରେ ଫସିଛନ୍ତି ।

ରବିବାର ରାତିରେ ନିଆଁ ଲାଗିଥିବା ଜଣାପଡିଛି । ପିଲାମାନେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚିଛନ୍ତି । କିନ୍ତୁ ଖରାପ ପାଣିପାଗ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ କଷ୍ଟ ହେଉଛି । ଆହତ ପିଲାମାନଙ୍କ ସ୍ଥିତି ଗମ୍ଭୀର ରହିଛି ।

ତେବେ ଏୟାର ଆମ୍ବୁଲାନ୍ସ ଜରିଆରେ ୭ ଆହତ ପିଲାଙ୍କୁ ଜର୍ଜଟାଉନ ନେବାକୁ ଯୋଜନା କରାଯାଉଛି । ଏହାସହିତ ଘଟଣା ସ୍ଥଳରେ ୫ଟି ବିମାନ ରହିଛି । ଏବେ ବି ହଷ୍ଟେଲ ଭିତରେ ଅନେକ ଛାତ୍ରଛାତ୍ରୀ ଫସିଥିବା ଅନୁମାନ କରାଯାଉଛି ।

ଗୁୟାନା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଘଟଣା ବିଷୟରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଭଳି ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଦୁର୍ଘଟଣା ବହୁତ କଷ୍ଟଦାୟକ । ପିଲାମାନଙ୍କ ମାତାପିତା ଯନ୍ତ୍ରଣାର କଳ୍ପନା ନାହିଁ ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

6 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

15 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

18 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

52 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

53 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago