ଦେଶ ବିଦେଶ

ଗୋମୂତ୍ର ଓ Dettolରେ କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ, ଶସ୍ତା କାମ ବୋଲି କହିଲା ବିଜେପି

କର୍ଣ୍ଣାଟକରେ କଂଗ୍ରେସ କର୍ମୀମାନେ ସୋମବାର ରାଜ୍ୟ ବିଧାନସଭାର ଶୁଦ୍ଧିକରଣ କରିଛନ୍ତି। ଶାସକ ଦଳର କର୍ମକର୍ତ୍ତାମାନେ ଜଣେ ପୂଜାରୀଙ୍କ ସହ ମିଶି ବିଧାନସୌଧ ସମ୍ମୁଖକୁ ଡେଟୋଲ୍‌ ଏବଂ ଗୋମୂତ୍ର ପକାଇ ସଫା କରୁଥିବା ଦେଖାଯାଇଥିଲା। ନୂଆ ବିଧାନସଭାର ତିନି ଦିନିଆ ଅଧିବେଶନ ଆରମ୍ଭ ପୂର୍ବରୁ ରୀତିନୀତିର ଏକ ଅଂଶ ଭାବରେ କଂଗ୍ରେସ କର୍ମୀମାନେ ଚାରିଆଡ଼େ ଗୋମୂତ୍ର ସିଞ୍ଚନ କରିଥିଲେ।

ଟ୍ଵିଟରରେ ସେୟାର ହୋଇଥିବା ଭିଡିଓରେ କଂଗ୍ରେସ କର୍ମୀମାନେ ଏକ ବାଲ୍ଟିରେ ଗୋମୂତ୍ର ଧରିଥିବା ଦେଖାଯାଉଛି। ଏହାକୁ ଛିଞ୍ଚିବା ପାଇଁ ହାତରେ ଖଡ଼ିକା ଧରିଛନ୍ତି। କଂଗ୍ରେସ କର୍ମୀମାନେ ଏହାକୁୁ ବାଲ୍ଟିରେ ବୁଡ଼ାଇ ପରିସରରେ ଗୋମୂତ୍ର ସିଞ୍ଚନ କରୁଛନ୍ତି। କଂଗ୍ରେସ କର୍ମୀମାନେ ପୂରା ବିଧାନସଭା ପରିସରରେ ଏହି କାର୍ଯ୍ୟ କରୁଥିବା ଦେଖାଯାଉଛି।

କହି ରଖୁଛୁ, କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ ବିଧାନସୌଧକୁ ଗୋମୂତ୍ରରେ ଶୁଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବିଜେପିର ଭ୍ରଷ୍ଟାଚାରରେ ବିଧାନସୌଧ ପ୍ରଦୂଷିତ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ତେବେ କାର୍ଯ୍ୟକ୍ରମରେ କଂଗ୍ରେସର କୌଣସି ମନ୍ତ୍ରୀ କିମ୍ବା ବିଧାୟକ ଅଂଶଗ୍ରହଣ କରି ନ ଥିଲେ।

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର ଜାନୁଆରୀରେ କହିଥିଲେ ଯେ ସେ କ୍ଷମତାକୁ ଆସିବା ପରେ ବିଧାନସୌଧକୁ ଡେଟୋଲ୍‌ ଏବଂ ଗୋମୂତ୍ରରେ ଶୁଦ୍ଧ କରିବେ। ଏପଟେ ବିଜେପି ଏହାକୁ ଶସ୍ତା କାମ ବୋଲି କହିଛି।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

3 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

19 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

32 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

41 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

44 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago