ଗୋମୂତ୍ର ଓ Dettolରେ କର୍ଣ୍ଣାଟକ ବିଧାନସଭା ଶୁଦ୍ଧିକରଣ କଲା କଂଗ୍ରେସ, ଶସ୍ତା କାମ ବୋଲି କହିଲା ବିଜେପି
କର୍ଣ୍ଣାଟକରେ କଂଗ୍ରେସ କର୍ମୀମାନେ ସୋମବାର ରାଜ୍ୟ ବିଧାନସଭାର ଶୁଦ୍ଧିକରଣ କରିଛନ୍ତି। ଶାସକ ଦଳର କର୍ମକର୍ତ୍ତାମାନେ ଜଣେ ପୂଜାରୀଙ୍କ ସହ ମିଶି ବିଧାନସୌଧ ସମ୍ମୁଖକୁ ଡେଟୋଲ୍ ଏବଂ ଗୋମୂତ୍ର ପକାଇ ସଫା କରୁଥିବା ଦେଖାଯାଇଥିଲା।
![karna](https://knewsodisha.com/wp-content/uploads/2023/05/karna.jpg)
କର୍ଣ୍ଣାଟକରେ କଂଗ୍ରେସ କର୍ମୀମାନେ ସୋମବାର ରାଜ୍ୟ ବିଧାନସଭାର ଶୁଦ୍ଧିକରଣ କରିଛନ୍ତି। ଶାସକ ଦଳର କର୍ମକର୍ତ୍ତାମାନେ ଜଣେ ପୂଜାରୀଙ୍କ ସହ ମିଶି ବିଧାନସୌଧ ସମ୍ମୁଖକୁ ଡେଟୋଲ୍ ଏବଂ ଗୋମୂତ୍ର ପକାଇ ସଫା କରୁଥିବା ଦେଖାଯାଇଥିଲା। ନୂଆ ବିଧାନସଭାର ତିନି ଦିନିଆ ଅଧିବେଶନ ଆରମ୍ଭ ପୂର୍ବରୁ ରୀତିନୀତିର ଏକ ଅଂଶ ଭାବରେ କଂଗ୍ରେସ କର୍ମୀମାନେ ଚାରିଆଡ଼େ ଗୋମୂତ୍ର ସିଞ୍ଚନ କରିଥିଲେ।
ଟ୍ଵିଟରରେ ସେୟାର ହୋଇଥିବା ଭିଡିଓରେ କଂଗ୍ରେସ କର୍ମୀମାନେ ଏକ ବାଲ୍ଟିରେ ଗୋମୂତ୍ର ଧରିଥିବା ଦେଖାଯାଉଛି। ଏହାକୁ ଛିଞ୍ଚିବା ପାଇଁ ହାତରେ ଖଡ଼ିକା ଧରିଛନ୍ତି। କଂଗ୍ରେସ କର୍ମୀମାନେ ଏହାକୁୁ ବାଲ୍ଟିରେ ବୁଡ଼ାଇ ପରିସରରେ ଗୋମୂତ୍ର ସିଞ୍ଚନ କରୁଛନ୍ତି। କଂଗ୍ରେସ କର୍ମୀମାନେ ପୂରା ବିଧାନସଭା ପରିସରରେ ଏହି କାର୍ଯ୍ୟ କରୁଥିବା ଦେଖାଯାଉଛି।
କହି ରଖୁଛୁ, କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ ବିଧାନସୌଧକୁ ଗୋମୂତ୍ରରେ ଶୁଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବିଜେପିର ଭ୍ରଷ୍ଟାଚାରରେ ବିଧାନସୌଧ ପ୍ରଦୂଷିତ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ତେବେ କାର୍ଯ୍ୟକ୍ରମରେ କଂଗ୍ରେସର କୌଣସି ମନ୍ତ୍ରୀ କିମ୍ବା ବିଧାୟକ ଅଂଶଗ୍ରହଣ କରି ନ ଥିଲେ।
କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର ଜାନୁଆରୀରେ କହିଥିଲେ ଯେ ସେ କ୍ଷମତାକୁ ଆସିବା ପରେ ବିଧାନସୌଧକୁ ଡେଟୋଲ୍ ଏବଂ ଗୋମୂତ୍ରରେ ଶୁଦ୍ଧ କରିବେ। ଏପଟେ ବିଜେପି ଏହାକୁ ଶସ୍ତା କାମ ବୋଲି କହିଛି।
#WATCH | Bengaluru: Congress workers sprinkle cow urine and perform Pooja at the State Assembly in Bengaluru. They said that they are ‘purifying’ Vidhana Soudha. pic.twitter.com/SWapoH7vOL
— ANI (@ANI) May 22, 2023