ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ବ୍ୟବସାୟ, ଅବାଧ ପ୍ରବେଶ ନା ଭଡା

ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ପ୍ରକାରର ବ୍ୟବସାୟ । ଭିତରେ ଅବାଧ ପ୍ରବେଶ କରି କ୍ୱାର୍ଟର୍ସ ଭିତରେ ବ୍ୟବସାୟ କରୁଛନ୍ତି ନା ଭଡାରେ ନେଇ ବ୍ୟବସାୟ କରୁଛନ୍ତି । ସେନେଇ ତ ପ୍ରଶ୍ନ ଉଠୁଛି । ଏସବୁର ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ପ୍ରକାରର ବ୍ୟବସାୟ । ଭିତରେ ଅବାଧ ପ୍ରବେଶ କରି କ୍ୱାର୍ଟର୍ସ ଭିତରେ ବ୍ୟବସାୟ କରୁଛନ୍ତି ନା ଭଡାରେ ନେଇ ବ୍ୟବସାୟ କରୁଛନ୍ତି । ସେନେଇ ତ ପ୍ରଶ୍ନ ଉଠୁଛି । ଏସବୁର ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି ।

ରାଜମହଲ ଛକରେ ଥିବା VA 15/1 ରୁ ଆରମ୍ଭ କରି 17/4 ପର୍ଯ୍ୟନ୍ତ କ୍ୱାର୍ଟର୍ସର ଥିଲା ଏଭଳି ଦୃଶ୍ୟ । ଗତକାଲି ୟୁନିଟ ୮ରେ ଥିବା ସରକାରୀ କ୍ୱାର୍ଟର୍ସରୁ ବିପୁଳ ବ୍ରାଉନସୁଗର ଜବତ ପରେ ସରକାରୀ କ୍ୱାର୍ଟର୍ସରେ କିଭଳି ଚାଲିଛି ଅନ୍ୟ ବ୍ୟବସାୟ ତାହାର ଅନୁସନ୍ଧାନ ପାଇଁ ପହଁଚିଥିଲା କଳିଙ୍ଗ ଟିଭି ।

ତେବେ ଏଠି ପ୍ରଶ୍ନ ଉଠୁଛି କାହା ନାଁରେ ଏସବୁ କ୍ୱାର୍ଟର୍ସ ଆଲଟ ହୋଇଛି । କେବେ ଠାରୁ କ୍ୱାର୍ଟର୍ସ ଭିତରେ ଚାଲିଛି ଏହିଭଳି ବ୍ୟବସାୟ । ଅବାଧ ପ୍ରବେଶ ନା ଭଡା ସୂତ୍ରରେ ଲାଗିଛି କ୍ୱାର୍ଟର୍ସ ତାକୁ ନେଇ ପୋଲିସ ଓ ଜିଏ ଡିପାର୍ଟମେଣ୍ଟ ତଦନ୍ତ କରିବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.