ଗୁୟାନାର ଏକ ସ୍କୁଲ ହଷ୍ଟେଲରେ ଲାଗିଲା ନିଆଁ: ୨୦ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା
ଗୁୟାନାର ଏକ ସ୍କୁଲ ହଷ୍ଟେଲରେ ନିଆଁ ଲାଗି ୨୦ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ ।
ସାଉଥ ଆମେରିକା ଦେଶ ଗୁୟାନାର ଏକ ସ୍କୁଲ ହଷ୍ଟେଲରେ ନିଆଁ ଲାଗି ୨୦ ଛାତ୍ର ମୃତ୍ୟୁବରଣ କରିଛନ୍ତି । ୧୨ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ମଧ୍ୟ ଗୁୟାନାର ମହଦିୟା ସହର ସ୍ଥିତ ସ୍କଲ ହଷ୍ଟେଲରେ ନିଆଁ ଲାଗି ଯାଇଛି । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ । ସ୍ଥାନୀୟ ମିଡିଆ ଅନୁସାରେ, ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ଆଉ ମୃତ୍ୟୁ ସଂଖ୍ୟା ବଢିପାରେ । ନିଆଁ ଲାଗିବା ଯୋଗୁଁ ପିଲାମାନେ ହଷ୍ଟେଲରେ ଫସିଛନ୍ତି ।
ରବିବାର ରାତିରେ ନିଆଁ ଲାଗିଥିବା ଜଣାପଡିଛି । ପିଲାମାନେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚିଛନ୍ତି । କିନ୍ତୁ ଖରାପ ପାଣିପାଗ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ କଷ୍ଟ ହେଉଛି । ଆହତ ପିଲାମାନଙ୍କ ସ୍ଥିତି ଗମ୍ଭୀର ରହିଛି ।
Many children feared dead in Guyana school fire https://t.co/4LgrhJ0lxN
— BBC News (World) (@BBCWorld) May 22, 2023
ତେବେ ଏୟାର ଆମ୍ବୁଲାନ୍ସ ଜରିଆରେ ୭ ଆହତ ପିଲାଙ୍କୁ ଜର୍ଜଟାଉନ ନେବାକୁ ଯୋଜନା କରାଯାଉଛି । ଏହାସହିତ ଘଟଣା ସ୍ଥଳରେ ୫ଟି ବିମାନ ରହିଛି । ଏବେ ବି ହଷ୍ଟେଲ ଭିତରେ ଅନେକ ଛାତ୍ରଛାତ୍ରୀ ଫସିଥିବା ଅନୁମାନ କରାଯାଉଛି ।
ଗୁୟାନା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଘଟଣା ବିଷୟରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଭଳି ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଦୁର୍ଘଟଣା ବହୁତ କଷ୍ଟଦାୟକ । ପିଲାମାନଙ୍କ ମାତାପିତା ଯନ୍ତ୍ରଣାର କଳ୍ପନା ନାହିଁ ।