Below header

୩୫ କେଜି କମିଲା ସତୈନ୍ଦ୍ର ଜୈନଙ୍କ ଓଜନ, ଜେଲ୍‌ରେ ବିଗିଡ଼ିଲା ପୂର୍ବତନ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା

ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅର୍ଥ ହେରଫେର ମାମଲାରେ ଇଡି ସତୈନ୍ଦ୍ର ଜୈନଙ୍କୁ ୨୦୨୨ ମେ’ ୩୦ରେ ଗିରଫ କରିଥିଲା, ସେହି ଦିନଠାରୁ ଜୈନ ତିହାର ଜେଲରେ ବନ୍ଦୀ ଅଛନ୍ତି।

ଦାବି କରାଯାଉଛି କି, ସତୈନ୍ଦ୍ର ଜୈନଙ୍କ ଓଜନ ୩୫ କିଲୋଗ୍ରାମ କମିଯାଇଛି। ଜୈନ ଧର୍ମ ଅନୁଯାୟୀ, ମନ୍ଦିର ନ ଯାଇ ରନ୍ଧା ଖାଦ୍ୟ ଖାଇ ପାରିବେ ନାହିଁ। ଏଭଳି ସ୍ଥିତିରେ ସତୈନ୍ଦ୍ର ଜୈନ କେବଳ କଞ୍ଚା ପନିପରିବା, ଫଳ ଏବଂ ଡ୍ରାଏ ଫ୍ରୁଟ୍‌ସ ଉପରେ ହିଁ ନିର୍ଭରଶୀଳ। ବୋଧ ହୁଏ ଏହି କାରଣରୁ ତାଙ୍କ ଓଜନ ଦ୍ରୁତ ଗତିରେ ହ୍ରାସ ପାଇଛି।

ସେପଟେ ଜୈନଙ୍କ ଅସୁସ୍ଥତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ଵିଟ୍‌ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆମ ଦଳର ବରିଷ୍ଠ ନେତା ସତୈନ୍ଦ୍ର ଜୈନ ଶୀଘ୍ର ସୁସ୍ଥ ହୁଅନ୍ତୁ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.