ସାଇବର ଠକେଇ, ବ୍ୟବସାୟୀଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଗାୟବ

ସାଇବର ଠକେଇ ଅଭିଯୋଗ । ବ୍ୟବସାୟୀଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଗାୟବ । ଯାଜପୁର ଜିଲ୍ଲା ଜାରକା ପଞ୍ଚାୟତ ଦୁବଗଡ଼ିଆରୁ ଆସିଛି ଏଭଳି ଅଭିଯୋଗ । ଦୁବଗଡ଼ିଆ ମୌଜାରେ ରହୁଥିବା ବ୍ୟବସାୟୀ ଅୟସକାନ୍ତ ରାୟଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ୯୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

 ଯାଜପୁର(କେନ୍ୟୁଜ):  ସାଇବର ଠକେଇ ଅଭିଯୋଗ । ବ୍ୟବସାୟୀଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଗାୟବ । ଯାଜପୁର ଜିଲ୍ଲା ଜାରକା ପଞ୍ଚାୟତ ଦୁବଗଡ଼ିଆରୁ ଆସିଛି ଏଭଳି ଅଭିଯୋଗ । ଦୁବଗଡ଼ିଆ ମୌଜାରେ ରହୁଥିବା ବ୍ୟବସାୟୀ ଅୟସକାନ୍ତ ରାୟଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ୯୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ଶ୍ରୀ ରାୟ ଜାରକା ଶାଖାର ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଗତ ଏପ୍ରିଲ ୧୮ତାରିଖରୁ ମେ ୪ତାରିଖ ମଧ୍ୟରେ ତାଙ୍କ ଅଜାଣତରେ କେହି ୮ଟି ପର୍ଯ୍ୟାୟରେ ୯୫ହଜାର ଟଙ୍କା ଉଠାଇ ନେଇଛନ୍ତି ।

ଟଙ୍କା ଡେବିଟ କାର୍ଡ ମାଧ୍ୟମରେ ଉଠାଣ ହୋଇଛି। ତେବେ ଟଙ୍କା ଉଠାଣ ସମୟରେ ଗ୍ରାହକଙ୍କ ମୋବାଇଲକୁ ଓଟିପି ମେସେଜ ଆସୁଥିବା ବେଳେ ତାଙ୍କୁ ଏନେଇ କୌଣସି ସୂଚନା ମିଳିନଥିବାରୁ ସେ ବିସ୍ମୟ ପ୍ରକାଶ କରିଛନ୍ତି। ଏପରିକି ଡେବିଟ କାର୍ଡ ତାଙ୍କ ଘରେ ରହିଥିବା ବେଳେ ଏହା କିଭଳି ବ୍ୟବହାର ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.