ସଶସ୍ତ୍ର ସୀମା ବଳରେ ୧୬୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ସଶସ୍ତ୍ର ସୀମା ବଳରେ ଚାକିରି । ନୋଟିଫିକେସନ ଅନୁଯାୟୀ, ଟ୍ରେଡସମ୍ୟାନ, କନେଷ୍ଟବଳ, ହେଡ କନେଷ୍ଟବଳ, ଏଏସଆଇ ଏବଂ ସବ୍ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବାର ଶେଷ ତାରିଖ ଜୁନ୍ ୧୮ ।
ସଶସ୍ତ୍ର ସୀମା ବଳରେ ଚାକିରି କରିବାର ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଟ୍ରେଡସମ୍ୟାନ, କନେଷ୍ଟବଳ, ହେଡ କନେଷ୍ଟବଳ, ଏଏସଆଇ ଏବଂ ସବ୍ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ssbrectt.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୮ ଜୁନ୍ ୨୦୨୩ ରହିଛି ।
ପଦବୀ ବିବରଣୀ : ୧୬୩୯
ଜରୁରୀ ତାରିଖ : ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୮ ଜୁନ୍ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା :
ହେଡ କନେଷ୍ଟବଳ ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରେ ୧୦ମ୍ ପାସ୍ କରିଥିବା ଜରୁରୀ ।
କନେଷ୍ଟବଳ(ଡ୍ରେଡସମ୍ୟାନ) ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରେ ୧୦ମ୍ ପାସ୍ କରିଥିବା ଜରୁରୀ ।
ଏଏସଆଇ ପଦବୀ ପାଇଁ ବିଜ୍ଞାନରେ ୧୨ଶ ପାସ୍ କରିଥିବା ଜରୁରୀ ।
ଏଏସଓ(ଷ୍ଟେନୋ) : ପ୍ରାର୍ଥୀ ୧୨ଶ ପାସ୍ କରିବା ଜରୁରୀ ।
ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ପଶୁ ଚିକିତ୍ସା) : ପଶୁ ଚିକିତ୍ସା ବିଜ୍ଞାନରେ ବ୍ୟାଚଲର ଡିଗ୍ରୀ ରଖିଥିବା ଜରୁରୀ ।
ସବ ଇନ୍ସପେକ୍ଟର(ଟେକ) : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ । ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ, ଦସ୍ତାବିଜ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟ ମାଧ୍ୟମରେ ହେବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନକାରୀ ୧୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, ପୂର୍ବତନ ସୈନିକ ଏବଂ ମହିଳାଙ୍କୁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।
ଏମିତି କରନ୍ତୁ ଆବେଦନ :
ପ୍ରଥମେ ଏସଏସବି ଅଫିସିଆଲ ୱେବସାଇଟ ssb.nic.inକୁ ଯାଆନ୍ତୁ ।
ହୋମପେଜରେ ଏସଏସବି ଭର୍ତ୍ତି ୨୦୨୩ ଲିଙ୍କ କ୍ଲିକ୍ କରନ୍ତୁ ।
ତା’ ପରେ ଅନଲାଇନ ଆବେଦନ ଲିଙ୍କ ଉପରେ କ୍ଲିକ କରନ୍ତୁ ।
ଏହାପରେ ଜରୁରୀ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ କରିବା ପରେ ସବମିଟ୍ କରନ୍ତୁ ।
ଶେଷରେ ଏକ ପ୍ରିଣ୍ଟଆଉଟ କପି କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :