ବର୍ତ୍ତମାନ ସବୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ କରୋନାର ଶିକାର ହେଉଛନ୍ତି। ଲୋକଙ୍କୁ କରୋନା ନିୟମର ପାଳନ ନେଇ ସଚେତନ କରୁଥିବା ମହାରାଷ୍ଟ୍ର ପୋଲିସ ମଧ୍ୟ କରୋନା ସଂକ୍ରମଣ ଠାରୁ ବର୍ତ୍ତି ନାହିଁ। ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତ ହୋଇ ଇତି ମଧ୍ୟରେ ୨୬୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ମୁମ୍ବାଇର ପୋଲିସ ସବୁଠୁ ଆଗୁଆ ଅଛନ୍ତି। ଦେଶର ଆର୍ଥିକ ରାଜଧାନୀରେ ଏବେ ଯାଏଁ ୧୨୬ ପୋଲିସ କର୍ମୀ କୋଭିଡ୍ ଯୋଗୁ ଜୀବନ ହରାଇସାରିଲେଣି।
ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୩୭, ନାଗପୁରରେ ୨୫, ପୁଣେରେ ୨୦, ଅହମ୍ମଦନଗରରେ ୧୭, ଗଢ଼ଚିରୌଲୀରେ ୧୬, ନବି ମୁମ୍ବାଇରେ ୧୨ ଓ ନାସିକରେ ୧୨ ଜଣ ପୋଲିସ କର୍ମୀଙ୍କର ଇତି ମଧ୍ୟରେ କରୋନାରେ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପୋଲିସରେ ଏବେ ୨୧୪୫ଟି ଆକ୍ଟିଭ୍ କେସ୍ ରହିଛି।
ମହାରାଷ୍ଟ୍ରରେ ଏବେ ୩୭୦ ପୋଲିସ କର୍ମୀ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସୋମବାର ଦିନ ମଧ୍ୟ ୨୯୮ ପୋଲିସ କର୍ମୀଙ୍କୁ କରୋନା ହୋଇଥିଲା। ଏହି ସମୟରେ ପୂରା ରାଜ୍ୟରେ ୯୪୦୧ ପୋଲିସ କର୍ମୀ କ୍ୱାରେଣ୍ଟାଇନ୍ ଅଛନ୍ତି। କରୋନାର ତୃତୀୟ ଲହରୀରେ ଅନେକ ପୋଲିସ କର୍ମୀଙ୍କ ଜୀବନ ଯାଇଛି। ମହାମାରୀ ଯୋଗୁ କେବଳ ମୁମ୍ବାଇରେ ୧୨୬ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ଥାନେରେ ୩୭, ନାଗପୁରରେ ୨୫, ଅହମ୍ମଦନଗରରେ ୧୭, ଗଢ଼ଚରୌଲିରେ ୧୬ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି। ନବୀ ମୁମ୍ବାଇ ଓ ନାସିକରେ ୧୨-୧୨ ପୋଲିସ କର୍ମୀଙ୍କ ଜୀବନ ଯାଇଛି, ଯାହା ଏବେ ରାଜ୍ୟର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…