ଦେଶ ବିଦେଶ

ଜଙ୍ଗଲରେ ନିଆଁ ଲଗାଇ ଇନ୍‌ଷ୍ଟାଗ୍ରାମରେ କଲେ ରିଲ୍ସ…୩ ଯୁବକଙ୍କୁ ଗିରଫ କଲା ପୋଲିସ

ଉତ୍ତରାଖଣ୍ଡର ଚମୋଲି ପାହାଡ଼ ଜଙ୍ଗଲରେ ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଜଙ୍ଗଲରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଚାଲିଛି, ଯାହାକି, ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ଆଣିଦେଉଛି । ଏହାରି ଭିତରେ ଜଙ୍ଗଲରେ ନିଆଁ ଲାଗିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ଯୁବକ କହୁଛନ୍ତି ଯେ ‘ଆମର କାମ ନିଆଁ ଲଗାଇବା ଏବଂ ନିଆଁ ଉପରେ ଚାଲିବା’ ।

ଯେତେବେଳେ ଏହି ଭିଡିଓ ଭାଇରାଲ ହୋଇଥିଲା, ମାମଲା ପୋଲିସରେ ପହଞ୍ଚିଥିଲା । ତଦନ୍ତ ପରେ ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜଙ୍ଗଲରେ ନିଆଁ ଲାଗିବାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ଅଭିଯୁକ୍ତମାନଙ୍କୁ ଗାଳିମନ୍ଦ କରୁଥିବାର ଦେଖାଯାଉଛି । ସୂଚନା ମୁତାବକ, ଏହି ଭିଡିଓ କରିଥିବା ୩ ଯୁବକଙ୍କୁ ଧରି ପୋଲିସ ଥାନାକୁ ନେଇଛି ।

ଭିଡିଓ ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଭିଡିଓ ଚମୋଲି ପାଣ୍ଡବଖାଲର ଗାୟରସେନ ଅଞ୍ଚଳର । ପୋଲିସ ଅଧୀକ୍ଷକ ସର୍ବେଶ ପାଓ୍ଵାରଙ୍କ ନିର୍ଦ୍ଦେଶ କ୍ରମେ ଗାୟରସେନ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ନିବାସୀ ବ୍ରିଜେଶ କୁମାର, ସଲମାନ ଓ ସୁଖଲାଲ । ଏହି ୩ ଜଣଙ୍କ ବିରୋଧରେ ସାର୍ବଜନିକ ସମ୍ପତ୍ତି କ୍ଷତି ନିବାରଣ ଅଧିନିୟମ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପଚରା ଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ କି, ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ ସେମାନେ ଏହି ଭିଡିଓ ଅପଲୋଡ୍‌ କରିଥିଲେ । ଯୁବକମାନେ ଇନ୍‌ଷ୍ଟା ଭିଡିଓରେ କହୁଛନ୍ତି, ‘ଆମର କାମ ନିଆଁ ଲଗାଇବା ଏବଂ ନିଆଁରେ ଖେଳିବା’ । ସେପଟେ ପୋଲିସ ଅଧୀକ୍ଷକ ସର୍ବେଶ ପାଓ୍ଵାର ନିଆଁ କବଳରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅପିଲ୍‌ କରିଛନ୍ତି ।

Roshni

Recent Posts

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥପାଠ କରାଇଲେ କାମଚଳା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

51 seconds ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ…

22 mins ago

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

35 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

58 mins ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

1 hour ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

2 hours ago