ଦେଶ ବିଦେଶ

ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍‌ ଓ କାର ଧକ୍କା ହୋଇ ଖାଇକୁ ଖସିଲା, ୩୦ ମୃତ

ଉତ୍ତର ପଶ୍ଚିମ ପାକିସ୍ତାନର ପେଶାଓ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଏବଂ କାର ଧକ୍କା ହେବା ପେର ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । କାରାକୋରମ୍ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ କହିବା ଅନୁସାରେ, ଯାତ୍ରୀବାହୀ ବସ୍ଟି ଗିଲ୍ଗିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଶିତିୟାଲ୍ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଏଠାରେ ସଡ଼କର ବିପରୀତ ଦିଗରୁ ଆସୁଥିବା ଗୋଟାଏ କାର୍ ସହିତ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଯାକ ଗାଡି ଗଭୀର ଖାଇରେ ଖସିପଡିଥିଲା । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳକୁ ଯାଇ ମୃତାହତମାନଙ୍କୁ ଉଦ୍ଧାର କରି ଆରଏଚସି ହସପିଟାଲରେ ଭର୍ତ୍ତି କରିଥିଲେ ।

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଅନ୍ଧାର ଯୋଗୁଁ ଉଦ୍ଧାରକାରୀ ଦଳ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଉଦ୍ଧାର କରିବା ସମୟରେ ଅନ୍ଧକାର ସମସ୍ୟା ସାଜିଥିଲା । ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତମାନଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ପାକିସ୍ତାନର ରାଷ୍ଟ୍ରପତି ଡକ୍ଟର୍ ଆରିଫ୍ ଅଲୱୀ । ସେ ସମବେଦନା ଜଣାଇବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହାଛଡା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍, ଗିଲ୍ଗିଟ୍ ବାଲ୍ତିସ୍ତାନ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବସ୍ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଉତ୍ତର ପଶ୍ଚିମ ପାକିସ୍ତାନର କୋହାଟ ଜିଲ୍ଲାରେ ଏକ ସୁରଡ ପାଖରେ ଏକ ବସ୍‌ ଏବଂ ଟ୍ରକ ଧକ୍କା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁହୋଇଥିଲା । ସେହିପରି ୨୯ ଜାନୁଆରୀରେ ଦକ୍ଷିଣ ପାକିସ୍ତାନରେ ଏକ ବସ୍‌ ଖୁଣ୍ଟରେ ଧକ୍କା ହେବା ପରେ ପୋଲରୁ ତଳକୁ ଗଳିପଡିଥିଲା। ଏହି ଘଟଣାରେ ୪୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ ।

 

Swagatika

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

42 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago