ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ଓ କାର ଧକ୍କା ହୋଇ ଖାଇକୁ ଖସିଲା, ୩୦ ମୃତ
ପାକିସ୍ତାନ ପେଶାଓ୍ଵରରେ ବସ୍ ଓ କାର ଧକ୍କା ହୋଇ ଖାଇକୁ ଖସିଲା। ଘଟଣାରେ ୩୦ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି ।
ଉତ୍ତର ପଶ୍ଚିମ ପାକିସ୍ତାନର ପେଶାଓ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଏବଂ କାର ଧକ୍କା ହେବା ପେର ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । କାରାକୋରମ୍ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଏହି ଦୁର୍ଘଟଣା ଘଟିଛି ।
ପୋଲିସ କହିବା ଅନୁସାରେ, ଯାତ୍ରୀବାହୀ ବସ୍ଟି ଗିଲ୍ଗିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଶିତିୟାଲ୍ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଏଠାରେ ସଡ଼କର ବିପରୀତ ଦିଗରୁ ଆସୁଥିବା ଗୋଟାଏ କାର୍ ସହିତ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଯାକ ଗାଡି ଗଭୀର ଖାଇରେ ଖସିପଡିଥିଲା । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳକୁ ଯାଇ ମୃତାହତମାନଙ୍କୁ ଉଦ୍ଧାର କରି ଆରଏଚସି ହସପିଟାଲରେ ଭର୍ତ୍ତି କରିଥିଲେ ।
ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଅନ୍ଧାର ଯୋଗୁଁ ଉଦ୍ଧାରକାରୀ ଦଳ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଉଦ୍ଧାର କରିବା ସମୟରେ ଅନ୍ଧକାର ସମସ୍ୟା ସାଜିଥିଲା । ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତମାନଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ପାକିସ୍ତାନର ରାଷ୍ଟ୍ରପତି ଡକ୍ଟର୍ ଆରିଫ୍ ଅଲୱୀ । ସେ ସମବେଦନା ଜଣାଇବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହାଛଡା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍, ଗିଲ୍ଗିଟ୍ ବାଲ୍ତିସ୍ତାନ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବସ୍ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି।
पाकिस्तान के गिलगित बाल्टिस्तान इलाके के दिआमीर क्षेत्र में शतियाल चौक के पास एक भीषण सड़क दुर्घटना हुई#Pakistan #RoadAccident https://t.co/TblK5myCtO
— News18 Hindi (@HindiNews18) February 8, 2023
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଉତ୍ତର ପଶ୍ଚିମ ପାକିସ୍ତାନର କୋହାଟ ଜିଲ୍ଲାରେ ଏକ ସୁରଡ ପାଖରେ ଏକ ବସ୍ ଏବଂ ଟ୍ରକ ଧକ୍କା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁହୋଇଥିଲା । ସେହିପରି ୨୯ ଜାନୁଆରୀରେ ଦକ୍ଷିଣ ପାକିସ୍ତାନରେ ଏକ ବସ୍ ଖୁଣ୍ଟରେ ଧକ୍କା ହେବା ପରେ ପୋଲରୁ ତଳକୁ ଗଳିପଡିଥିଲା। ଏହି ଘଟଣାରେ ୪୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ ।