Below header

ତୁର୍କୀ ଓ ସିରିଆ ପରେ ଥରିଲା ପାଲେଷ୍ଟାଇନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆ ପରେ ଥରିଲା ପାଲେଷ୍ଟାଇନ । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ନବ୍‌ଲସ ସହରରୁ ୧୩ କିମି ଉତ୍ତରରେ ରହିଛି। ତୁର୍କୀ ଓ ସିଅରିଆରେ ଭୀଷଣ ଭୂମିକମ୍ପ ପରେ ପାଲେଷ୍ଟାଇନ ଭୂକମ୍ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଭୂକମ୍ପରେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିଅରିଆରେ ଭୀଷଣ ଭୂମିକମ୍ପ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୮୦୦୦ରୁ ଅଧିକ ହେଲାଣି । ତେଣୁ ପରିସ୍ଥିତିରେ ପାଲେଷ୍ଟାଇନରେ ଭୂମିକମ୍ପ ହେବା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.