କେନ୍ୟୁଜ୍ (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପୁଣି ଭୂମିକମ୍ପ ଝଟକା। ଥରିଲା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ । ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍ରେ ୪.୫ ରହିଛି ବୋଲି ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ କିହିଛି। ଗୁର୍ଗାଓଁ ଓ ନୋଏଡ଼ାରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପରେ କ୍ଷୟକ୍ଷତି ହେବା ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। ପୂର୍ବରୁ ଭାରତର ଉତ୍ତରାଞ୍ଚଳରେ ଲଗାତର ଦୁଇଥର ଭୂମିକମ୍ପ ହେବା ପରେ ଆଜି ପୁଣିଥରେ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ମେ ୨୫ ତାରିଖରେ ମଣିପୁରରେ ୧୩ ମିନିଟ ବ୍ୟବଧାନରେ ଦୁଇଟି ଭୂମିକମ୍ପ ହୋଇଥିଲା। ପ୍ରଥମଟିର ତୀବ୍ରତା ୫.୫ ଥିବା ବେଳେ ଦ୍ୱିତୀୟଟି ୨.୬ ଥିଲା।
ପ୍ରଥମଟି ରାତି ୮.୧୨ରେ ବିଷ୍ଣୁପୁର ଜିଲ୍ଲା ମୋଇରାଙ୍ଗ ସହରରୁ ଦକ୍ଷିଣ ପଶ୍ଚିମ ଆଡ଼କୁ ୧୩ କିମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ବେଳେ ଏହାର ୩ ମିନିଟ୍ ପରେ ସମାନ ସହରରେ ପଶ୍ଚିମ ଓ ଦକ୍ଷିଣ ଆଡ଼କୁ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା ବୋଲି ଏସିଏସ୍ କହିଛି।
ନ୍ୟାସ୍ନାଲ୍ ସେଣ୍ଟର ଫର୍ ସେସିମୋଲୋଜି(ଏସିଏସ୍) ଅନୁସାରେ ଭୂମିକମ୍ପର ତୀବ୍ରତା ୪.୬ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା। ରାତି ୯.୮ରେ ଏହି ଭୂମିକମ୍ପ ହୋଇଥିବା ବୋଲି ଏନ୍ସିଏସ୍ ରିପୋର୍ଟ ପ୍ରକାଶ କରିଛି।
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR)…
ଭୁବନେଶ୍ୱର(କେନ୍ୟୁଜ୍): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…