Below header

ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ, ରିକ୍ଟେର ସ୍କେଲ୍‌ରେ ତୀବ୍ରତା ଥିଲା ୪.୫

କେନ୍ୟୁଜ୍ (ବ୍ୟୁରୋ):  ରାଜଧାନୀ ଦିଲ୍ଲୀରେ ପୁଣି ଭୂମିକମ୍ପ ଝଟକା। ଥରିଲା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ।  ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍‌ରେ ୪.୫ ରହିଛି ବୋଲି ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ କିହିଛି। ଗୁର୍‌ଗାଓଁ ଓ ନୋଏଡ଼ାରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପରେ କ୍ଷୟକ୍ଷତି ହେବା ନେଇ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। ପୂର୍ବରୁ ଭାରତର ଉତ୍ତରାଞ୍ଚଳରେ ଲଗାତର ଦୁଇଥର ଭୂମିକମ୍ପ ହେବା ପରେ ଆଜି ପୁଣିଥରେ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ମେ ୨୫ ତାରିଖରେ ମଣିପୁରରେ ୧୩ ମିନିଟ ବ୍ୟବଧାନରେ ଦୁଇଟି ଭୂମିକମ୍ପ ହୋଇଥିଲା।  ପ୍ରଥମଟିର ତୀବ୍ରତା ୫.୫ ଥିବା ବେଳେ ଦ୍ୱିତୀୟଟି ୨.୬ ଥିଲା।

ପ୍ରଥମଟି ରାତି ୮.୧୨ରେ ବିଷ୍ଣୁପୁର ଜିଲ୍ଲା ମୋଇରାଙ୍ଗ ସହରରୁ ଦକ୍ଷିଣ ପଶ୍ଚିମ ଆଡ଼କୁ ୧୩ କିମି ଦୂରରେ  କେନ୍ଦ୍ରିଭୂତ ହୋଇଥିବା ବେଳେ ଏହାର ୩ ମିନିଟ୍ ପରେ ସମାନ ସହରରେ ପଶ୍ଚିମ ଓ ଦକ୍ଷିଣ ଆଡ଼କୁ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା ବୋଲି ଏସିଏସ୍ କହିଛି।

ନ୍ୟାସ୍‌ନାଲ୍ ସେଣ୍ଟର ଫର୍‌ ସେସିମୋଲୋଜି(ଏସିଏସ୍‌) ଅନୁସାରେ ଭୂମିକମ୍ପର ତୀବ୍ରତା ୪.୬ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା।  ରାତି ୯.୮ରେ ଏହି ଭୂମିକମ୍ପ ହୋଇଥିବା ବୋଲି  ଏନ୍‌ସିଏସ୍ ରିପୋର୍ଟ ପ୍ରକାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.