Below header

ସୋନୁ ସୁଦଙ୍କ ପରେ ଅମିତାଭ ବଚ୍ଚନ ଅଣ୍ଟା ଭିଡ଼ିଲେ ପ୍ରବାସୀ ଶ୍ରମିକଙ୍କ ପାଇଁ, ୟୁପିର ବିଭିନ୍ନ ସ୍ଥାନକୁ ପଠାଇଲେ ଏମିତି

ମୁମ୍ବାଇ : ୧୦ଟି ବସ୍‌ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଶ୍ରମିକଙ୍କୁ ନେଇ ସେମାନଙ୍କର ଗାଁରେ ଛାଡ଼ିବ । ପ୍ରତି ବସ୍‌ରେ ୨୫ରୁ ୩୦ ଜଣ ଯିବାର ବ୍ୟବସ୍ଥା ସହ ଯାତ୍ରୀଙ୍କୁ ଯାତ୍ରା ସମୟରେ ୬ ଥର ଖାଇବାକୁ ମିଳିବ । ଏହାଛଡ଼ା ସମସ୍ତଙ୍କୁ ମେଡ଼ିକାଲ୍‌ କିଟ୍‌ ବି ଦିଆଯାଇଛି ।

ଏମିତି ବ୍ୟବସ୍ଥା କରିଛନ୍ତି ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ । ସୋନୁ ସୁଦ ନିକଟରେ କେରଳରେ ଫସି ରହିଥିବା ଓଡ଼ିଶାର କିଛି ପ୍ରବାସୀଙ୍କୁ ବିମାନ ଯୋଗେ ପଠାଇଥିଲେ । ସେହିପରି ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ହଜାରରୁ ଅଧିକ ଶ୍ରମିକଙ୍କୁ ବସ୍‌ ଯୋଗେ ବିଭିନ୍ନ ରାଜ୍ୟକୁ ପଠାଇ ଥିବା ଜଣାଯାଇଛି ।

ଏବେ ଅମିତାଭ ଉତ୍ତରପ୍ରଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ରାଜ୍ୟକୁ ପଠାଇବାର ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଆଜି ଦିନ ୩ଟା ବେଳେ ମୁମ୍ବାଇ ମହାଲକ୍ଷ୍ମୀ ରେସ୍‌କୋର୍ସ ରୋଡ୍‌ରୁ ୧୦ଟି ବସ୍‌ ଉତ୍ତରପ୍ରଦେଶର ଏହ୍ଲାବାଦ, ବନାରସ, ଭଦୋହି, ଗୋରଖପୁର ଆଦି ସ୍ଥାନକୁ ଶ୍ରମିକମାନଙ୍କୁ ନେଇ ବାହାରିଥିଲା ।

ଏହି ବସ୍‌ରେ ଥିବା ଯାତ୍ରୀମାନଙ୍କୁ ୬ ଥର ଖାଇବାକୁ ଦିଆଯିବାର ବ୍ୟବସ୍ଥା କରାଯିବା ସହ ସମସ୍ତଙ୍କୁ ମେଡିକାଲ୍‌ କିଟ୍‌ସ୍‌ ଦିଆଯାଇଥିଲା । ଏହି ବସ୍‌ଗୁଡ଼ିକୁ ଅମିତାଭ ବଚ୍ଚନଙ୍କ ଦ୍ୱାରା ପ୍ରାୟୋଜିତ କରାଯାଇଥିବା ବେଳେ ମୁମ୍ବାଇର ମହିମା ଦରଗାଜ ଓ ହାଜି ଅଲ୍ଲୀ ଦରଗାଜ ଟ୍ରଷ୍ଟ ମଧ୍ୟ ସହଯୋଗ କରିଥିଲେ ।

ଆହୁରିମଧ୍ୟ ଅମିତାଭ ଟ୍ରେନ ଯୋଗେ ପ୍ରବାସୀମାନଙ୍କୁ ପଠାଇବା ପାଇଁ ସରାକାରଙ୍କ ଅନୁମତି ଲୋଡ଼ିଥିବା ଅମିତାଭ ବଚ୍ଚନ କର୍ପୋରେସନ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ରାଜେଶ ଯାଦବ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.