ବିନା ସାହାନାଇ, ବେଦୀ ଓ ମନ୍ତ୍ରଉଚ୍ଚାରଣରେ ସମ୍ପନ୍ନ ହେଲା ଦୁଇ ସମଲିଙ୍ଗୀଙ୍କ ବାହାଘର, ବରଣ ମାଳ ପିନ୍ଧାଇ ସାତଜନମର ସାଥୀ ହେଲେ ଦୁଇ ଯୁବତୀ

ମାର୍ଶାଘାଇ(କେନ୍ୟୁଜ୍): ସାତ ଜନମକୁ ସାଥୀ ହେଲେ ଦୁଇ ଯୁବତୀ । ଦୁର୍ଗାଦେବୀଙ୍କୁ  ସାକ୍ଷୀ ରଖି ପରସ୍ପର ବେକରେ ଗଳାଇଛନ୍ତି ବରଣମାଳ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକଲା ଭଳି କଥା ହେଉଛି ଏହି ବାହାଘରରେ ନା ଜଳିଥିଲା ହୋମ ନିଆଁ ନା ପଢାଯାଇଥିଲା ମନ୍ତ୍ରପାଠ, ନା ବାଜିଥିଲା ସାହାନାଇ, ନା ଥିଲା ବେଦୀ ନା ପଡିଥିଲା ହାତ ଗଣ୍ଠି, ଏମିତିକି କଉଡି ଖେଳ ବି ହେଲା ନାହିଁ । ତଥାପି ସାତଜନମରୁ ସାଥି ହେବାର ଶପଥ ନେଇ ପରସ୍ପର ଗଳାରେ ଝୁଲାଇଛନ୍ତି ବରଣମାଳା। ଏଭଳି ଭାବରେ ବିବାହ ବନ୍ଧନା ବାନ୍ଧି ହୋଇଛନ୍ତି ଦୁଇ ଯୁବତୀ।

ଏହି ଘଟଣା  ଘଟିଛି କେନ୍ଦ୍ରାପଡା  ଜିଲ୍ଲା ପାଟକୁରା ଅନ୍ତର୍ଗତ ହୁରାସାହି ଓ ହନ୍ତାପଡା ଗାଁରେ। ଗତ ତିନିମାସ ହେବ ହନ୍ତପଡା ଗାଁର ଚାରୁଲତାଙ୍କ ସହିତ ଫେରାର ହୋଇଯାଇଥିଲେ ହୁରାସାହିର ସନ୍ଧ୍ୟାରଣୀ । ସନ୍ଧ୍ୟାରଣୀଙ୍କ ବାପା ବାବୁଲି ସ୍ଥାନୀୟ ପଟକୁରା  ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। କିନ୍ତୁ ଏହି ଯୁବତୀ ଦୁଇଜଣ ଗତକାଲି କରିଲୋପଟଣା ଦୁର୍ଗାଦେବୀ ମନ୍ଦିରରେ ପରସ୍ପରକୁ ବିବାହ ବନ୍ଧନରେ ଆବଦ୍ଧ କରିଛନ୍ତି। ଉଭୟ ସାବାଳିକା ହୋଇଥିବାରୁ ସେମାନେ ନିଜର ଭବିଷ୍ୟତ ଜୀବନ ଗଢିବାକୁ ନିଷ୍ପତ୍ତି  ନେଇଥିବା କହିଛନ୍ତି ଏହି ଦୁଇ ଯୁବତୀ । ଆଉ ଏକଥା ବି କହିଛନ୍ତି ଉଭୟଙ୍କ ଭଲପାଇବାକୁ ୧୦ ବର୍ଷ ପୁରିଯାଇଛି।

lesbian marriage

ଏହି  ଘଟଣା  ନୂଆ ନୁହେଁ ପୂର୍ବରୁ ମଧ୍ୟ କେନ୍ଦ୍ରାପଡା  ଜିଲ୍ଲାରେ ଆଉ ଗୋଟିଏ ସମଲିଙ୍ଗୀ ବିବାହ ହୋଇଥିଲା। । ୨୦୧୯ ମସିହା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ମହାକାଳପଡା  ବ୍ଲକର ଆଉ ଜଣେ ଯୁବତୀଙ୍କୁ  ଜୀବନସାଥୀ ରୂପେ ବାଛିଥିଲେ। ନିକଟରେ ଏହି ସମଲିଙ୍ଗୀ ଦ୍ବୟ ବିବାହବାର୍ଷିକ ପାଳନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.