Below header

ଲ୍ୟାବ୍‌ ଭିତରୁ କରୋନା ଟେଷ୍ଟ ପାଇଁ ଥିବା ସାମ୍ପଲ୍‌ ନେଇ ମାଙ୍କଡ଼ ଛୁ , ସଂକ୍ରମଣ ମାଡ଼ିବାର ଭୟ ଘାରିଲା

ମେରଠ : କରୋନା ସମୟରେ ଏକ ମାଙ୍କଡ଼ ମେରଠ ପ୍ରଶାସନକୁ ସଙ୍କଟରେ ପକାଇ ଦେଇଛି । ମାଙ୍କଡ଼ଟି ମେରଠ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ  ମେଡିକାଲ କଲେଜରେ ପଶି କରୋନା ଯାଞ୍ଚ ପାଇଁ ଥିବା ସାମ୍ପଲ୍‌ ନେଇ ଛୁ ହୋଇଯାଇଛି ।  ଏହା ପ୍ରଶାସନ ଓ ମେଡିକାଲ୍‌ ଷ୍ଟାଫ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ମେଡିକାଲର ଅଧ୍ୟକ୍ଷ ସୂଚନା ଦେଇ କହିଛନ୍ତି ଯେ ମାଙ୍କଡ଼ ନେଇଥିବା ସାମ୍ପଲ୍‌ କରୋନା ରୋଗୀଙ୍କ ଅନ୍ୟ ଟେଷ୍ଟ ପାଇଁ ଥିବା ସାମ୍ପଲ୍‌ ।

monkey

ତେବେ କରୋନା ଏହାଦ୍ୱାରା ବଢ଼ିବ କି ନାହିଁ ଏ ସମ୍ପର୍କରେ କୁହାଯାଇ ପାରିବ ନାହିଁ । କାରଣ ଏପର୍ଯ୍ୟନ୍ତ ମାଙ୍କଡ଼ଙ୍କୁ କରୋନା ସଂକ୍ରମଣ ହେବା ନେଇ କିଛି ତଥ୍ୟ ମିଳିନାହିଁ ।

ମାଙ୍କଡ଼ଙ୍କ ଉତ୍ପାତ ସେଠାରେ ଏତେ ମାତ୍ରାରେ ବଢ଼ି ଯାଇଛି ଯେ କେବଳ ପ୍ରଶାସନର ନୁହେଁ ମେଡିକାଲ୍‌ ଷ୍ଟାଫ୍‌ଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.