ପୁଣି ରାଜ୍ୟରେ ୧୨  କରୋନା ଆକ୍ରାନ୍ତ  ଚିହ୍ନଟ, ସମସ୍ତେ ନୂଆପଡା ଜିଲ୍ଲାର

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ୧୨  କରୋନା ଆକ୍ରାନ୍ତ  ଚିହ୍ନଟ। ସମସ୍ତେ ନୂଆପଡା ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲାପାଳ ମସୂସ୍ମିତା ସାହୁ । ଏମାନେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ  ଥିଲେ। ଚିହ୍ନଟ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ମାହାରାଷ୍ଟ୍ର ଫେରନ୍ତା ଓ ଜଣେ ହାଇଦ୍ରାବାଦ ଫେରନ୍ତା ବୋଲି ଜଣା  ପଡିଛି। ପୂର୍ବରୁ ନୂଆପଡାରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବର୍ତ୍ତମାନ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି।

ସେହିଭଳି କିଛି ସମୟ ପୂର୍ବରୁ   ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୭୭ରେ ପହଞ୍ଚିଲା ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ ମାଧ୍ୟମରେ  ଜଣାଇଛି। ବର୍ତ୍ତମାନ ଓଡିଶାରେ ଆକ୍ଟିଭ କେସ ରହିଛି ୭୩୭।  ଜଗତସିଂହପୁର ୨୩,  ଯାଜପୁରରୁ ୨୨,  ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଲଖାଏଁ ଓ ବାଲେଶ୍ବର ଓ ନୟାଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.