Below header

ସାବଧାନ ! ହ୍ଵାଟ୍ସଆପ୍‌ ୟୁଜରସ୍‌ ଏବେ ହ୍ୟାକ୍‌ରଙ୍କ ନଜରରେ, ଜାଣନ୍ତୁ କେମିତି ରହିବେ ସତର୍କ

ଖବର ଦେବା ନେବାରେ ହ୍ଵାଟ୍ସଆପ୍‌ ଏବେ ସବୁଠୁ ଲୋକପ୍ରିୟ ମାଧ୍ୟମ ସାଜିଛି । କୋଭିଡ୍‌ ମହାମାରୀ ପାଇଁ ଏହାର ଲୋକପ୍ରିୟତା ଏବେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଲୋକେ ଏହି ଆପ୍‌ ଜରିଆରେ କରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି ।

ଏହି ଲୋକପ୍ରିୟତାର ଫାଇଦା ଏବେ ନେବାକୁ ଚାହୁଁଛନ୍ତି ହ୍ୟାକ୍‌ରସ୍‌ । ହ୍ଵାଟ୍ସଆପ୍‌ର ସରଳ ୟୁଜରସ୍‌ମାନଙ୍କୁ ଟାର୍ଗେଟ କରି ହ୍ୟାକର ସେମାନଙ୍କର ଡାଟା ଚୋରାଇବାର ଷଡଯନ୍ତ୍ର କରୁଛନ୍ତି ।

whatsapp

ଏ ସମ୍ପର୍କରେ ହ୍ଵାଟ୍ସଆପ୍‌ ତା’ର ୟୁଜରସ୍‌ମାନଙ୍କୁ ସତର୍କ କରାଇ ଦେବା ସହ କାହା ସହ ନିଜର ଡାଟା ଓ ଭେରିଫିକେସନ୍‌ କୋର୍ଡ ସେୟାର ନକରିବାକୁ ସତର୍କ କରାଇ ଦେଇଛି । ହ୍ଵାଟ୍ସଆପ୍‌ କେବେ ତା’ର ୟୁଜରସ୍‌ଙ୍କୁ ଡାଟା ଓ ଭେରିଫିକେସନ୍‌ କୋର୍ଡ ମାଗେ ନାହିଁ ।

ଆବଶ୍ୟକ ସ୍ଥଳେ ହ୍ଵାଟ୍ସଆପ୍‌ କମ୍ପାନୀ ନିଜର ବ୍ଲଗ୍‌ ଓ ସୋସିଆଲ୍‌ ମିଡ଼ିଆ ହ୍ୟାଣ୍ଡେଲ୍‌ସରେ ତା’ର ମେସେଜ୍‌ ପଠାଇଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେଣୁ ଫେକ୍‌ (ନକଲି) ମେସେଜ୍‌ ଉପରେ ଭରସା ନ କରିବାକୁ କମ୍ପାନୀ ୟୁଜର୍‌ସମାନଙ୍କୁ ସତର୍କ କରାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.