ପୁଣି ୧୩ କରୋନା ପଜିଟିଭ ଚିହ୍ନଟ, ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ ଟାଙ୍ଗରିପାଲୀ ମଙ୍ଗଶପୁର ହୋଇଥିବା ବେଳେ ଆଉ ଜଣେ ଡର୍ଲ୍ଲିପାଲି ଅଞ୍ଚଳର ବୋଲି ଜଣା ପଡିଛି।

ଏହାକୁ ମିଶାଇ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୨୭ ଜଣ ସୁସ୍ଥ ହୋଇଛନ୍ତି। ୨୭ଟି ଆକ୍ଟିଭ କେଶ ରହିଛି। ରାଜ୍ୟରେ ଆଜି ସକାଳେ ୬୩ କରୋନା ପଜିଟିଭ ଓ ନୂଆପଡ଼ାରେ ୧୩ ଚିହ୍ନଟ ହୋଇଥିଲେ। ଦିନକରେ ୮୮ ପଜିଟିଭ ଚିହ୍ନଟ ହେଲେଣି।ସେହିପରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୫୮କୁ ବୃଦ୍ଧି ପାଇଛି।  ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

ସେହିଭଳି କିଛି ସମୟ ପୂର୍ବରୁ ରାଜ୍ୟରେ ୧୨  କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିଲେ। ସମସ୍ତେ ନୂଆପଡା ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲାପାଳ ମସୂସ୍ମିତା ସାହୁ । ଏମାନେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ  ଥିଲେ। ଚିହ୍ନଟ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ମାହାରାଷ୍ଟ୍ର ଫେରନ୍ତା ଓ ଜଣେ ହାଇଦ୍ରାବାଦ ଫେରନ୍ତା ବୋଲି ଜଣା  ପଡିଛି। ପୂର୍ବରୁ ନୂଆପଡାରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବର୍ତ୍ତମାନ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.