ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାର ବୁଧବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ନିକଟରେ ପହଞ୍ଚିବାର ଉଦ୍ୟମ ସଫଳ ହୋଇପାରି ନାହିଁ।
ଏହାରି ଭିତରେ ଖବର ଆସିଛି ଯେ ରେସ୍କ୍ୟୁ ଅପରେସନରେ ନିୟୋଜିତ ଅଧିକାରୀମାନେ ବର୍ତ୍ତମାନ ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। ଏ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ, ନରୱେ ଓ ଥାଇଲାଣ୍ଡର ବିଶେଷଜ୍ଞମାନଙ୍କ ସହ ଆଲୋଚନା ହୋଇଛି ଏବଂ ସେମାନଙ୍କ ସହାୟତା ଲୋଡ଼ାଯାଇଛି।
ଉଦ୍ଧାରକାରୀ ଦଳ ଥାଇଲାଣ୍ଡ ଏବଂ ନରୱେର ଅନ୍ତର୍ଜାତୀୟ ସଙ୍ଗଠନ ସହ ଯୋଗାଯୋଗରେ ଅଛନ୍ତି। ଟନେଲରୁ ଉଦ୍ଧାର ବିଷୟରେ ସେମାନଙ୍କଠାରୁ ଅଭିଜ୍ଞତା ହାସଲ କରାଯାଉଛି। ଉଦ୍ଧାର ଟିମ୍ ନରୱେରେ ଏନ୍ଜିଆଇ ଏବଂ ଥାଇଲାଣ୍ଡରେ ୟୁଟିଲିଟି ଟନେଲିଂ ସହିତ କଥା ହୋଇଛି।
ଏହା ସହିତ ଦିଲ୍ଲୀ ମେଟ୍ରୋ ରେଲୱେର ବିଶେଷଜ୍ଞଙ୍କଠାରୁ ମଧ୍ୟ ମତାମତ ନିଆଯାଉଛି। କହି ରଖୁଛୁ, ଗତ ୧୨ ତାରିଖ ରାତିରେ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିଥିଲା।
ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…
ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…
ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…
କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…
ଆନନ୍ଦପୁର(କେନ୍ୟୁଜ୍): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…