Below header

ଉତ୍ତରକାଶୀ ଟନେଲ୍‌ ଦୁର୍ଘଟଣା: ଦିଲ୍ଲୀ ମେଟ୍ରୋ, ନରୱେ ଓ ଥାଇଲାଣ୍ଡର ବିଶେଷଜ୍ଞଙ୍କଠାରୁ ହାସଲ କରାଯାଉଛି ଅଭିଜ୍ଞତା

ଉତ୍ତରାଖଣ୍ଡ ଟନେଲ୍‌ ଦୁର୍ଘଟଣାର ବୁଧବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ନିକଟରେ ପହଞ୍ଚିବାର ଉଦ୍ୟମ ସଫଳ ହୋଇପାରି ନାହିଁ। ଏହାରି ଭିତରେ ଖବର ଆସିଛି ଯେ ରେସ୍‌କ୍ୟୁ ଅପରେସନରେ ନିୟୋଜିତ ଅଧିକାରୀମାନେ ବର୍ତ୍ତମାନ ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିଛନ୍ତି।

ଉତ୍ତରାଖଣ୍ଡ ଟନେଲ୍‌ ଦୁର୍ଘଟଣାର ବୁଧବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ନିକଟରେ ପହଞ୍ଚିବାର ଉଦ୍ୟମ ସଫଳ ହୋଇପାରି ନାହିଁ।

ଏହାରି ଭିତରେ ଖବର ଆସିଛି ଯେ ରେସ୍‌କ୍ୟୁ ଅପରେସନରେ ନିୟୋଜିତ ଅଧିକାରୀମାନେ ବର୍ତ୍ତମାନ ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡ଼ିଛନ୍ତି। ଏ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ, ନରୱେ ଓ ଥାଇଲାଣ୍ଡର ବିଶେଷଜ୍ଞମାନଙ୍କ ସହ ଆଲୋଚନା ହୋଇଛି ଏବଂ ସେମାନଙ୍କ ସହାୟତା ଲୋଡ଼ାଯାଇଛି।

ଉଦ୍ଧାରକାରୀ ଦଳ ଥାଇଲାଣ୍ଡ ଏବଂ ନରୱେର ଅନ୍ତର୍ଜାତୀୟ ସଙ୍ଗଠନ ସହ ଯୋଗାଯୋଗରେ ଅଛନ୍ତି। ଟନେଲରୁ ଉଦ୍ଧାର ବିଷୟରେ ସେମାନଙ୍କଠାରୁ ଅଭିଜ୍ଞତା ହାସଲ କରାଯାଉଛି। ଉଦ୍ଧାର ଟିମ୍ ନରୱେରେ ଏନ୍‌ଜିଆଇ ଏବଂ ଥାଇଲାଣ୍ଡରେ ୟୁଟିଲିଟି ଟନେଲିଂ ସହିତ କଥା ହୋଇଛି।

ଏହା ସହିତ ଦିଲ୍ଲୀ ମେଟ୍ରୋ ରେଲୱେର ବିଶେଷଜ୍ଞଙ୍କଠାରୁ ମଧ୍ୟ ମତାମତ ନିଆଯାଉଛି। କହି ରଖୁଛୁ, ଗତ ୧୨ ତାରିଖ ରାତିରେ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.