ଦେଶ ବିଦେଶ

୧୯୭୧ ମସିହା ବାତ୍ୟାର ହେବ କି ପୁନରାବୃତ୍ତି, ଆଟଲାଣ୍ଟିକ ମହାସାଗରରେ ୫ ସାମୁଦ୍ରିକ ଝଡ ସୃଷ୍ଟି

ଆଟଲାଣ୍ଟିକ ମହାସାଗରରେ ୫ ସାମୁଦ୍ରିକ ଝଡ ସୃଷ୍ଟି ହୋଇଛି । ଇତିହାସରେ ଦ୍ୱିତୀୟ ଥର ପାଇଁ ୫ଟି ଟ୍ରପିକାଲ ସାଇକ୍ଲୋନ୍‌ ବା ସାମୁଦ୍ରିକ ଝଡ଼ ଆଟଲାଣ୍ଟିକରେ ସୃଷ୍ଟି ହୋଇଛି । ଏହା ପୂର୍ବରୁ ୧୯୭୧ ମସିହାରେ ୫ଟି ସାମୁଦ୍ରିକ ଝଡ଼ ଆଟଲାଣ୍ଟିକରେ ଦେଖିବାକୁ ମିଳିଥିଲା । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ୫ଟି ସାମୁଦ୍ରିକ ଝଡ଼ର ନାମ ‘ପାଉଲେଟ’, “ହରିକେନ”, ‘ସାଲି’, ଟ୍ରପିକାଲ ଷ୍ଟର୍ମ ‘ଟେଡି’, ଟ୍ରପିକାଲ ଷ୍ଟର୍ମ ‘ଭିକି’ ଓ ଟ୍ରପିକାଲ ଡିପ୍ରେସନ ‘ରେନେ’ ବୋଲି ରଖାଯାଇଛି । ସୋମବାର ସକାଳେ ବର୍ମୁଡାରେ ଲ୍ୟାଣ୍ଡଫଲ କରିଛି ପାଉଲେଟ୍‌ । ଏହାର ପ୍ରଭାବରେ ପ୍ରବଳ ପବନ ବୋହିବା ସହିତ ଓ ଅତ୍ୟଧିକ ପ୍ରବଳ ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଇଛି । ଆଜି ପବନର ବେଗ ଘଣ୍ଟା ପ୍ରତି ୧୧୧ ମାଇଲ ହେବ ବୋଲି କୁହାଯାଇଛି ।

ସେହିଭଳି ‘ରେନେ’ ଗତ ସପ୍ତାହରେ ଟ୍ରପିକାଲ ଷ୍ଟର୍ମରେ ପରିଣତ ହୋଇ କେନ୍ଦ୍ରୀୟ ଆଟଲାଣ୍ଟିକ ମହାସାଗରରେ ଦୁର୍ବଳ ହେବାରେ ଲାଗିଛି । ଏହା ସ୍ଥଳଭାଗରେ କୌଣସି ପ୍ରଭାବ ପକାଇ ନଥିଲେ ମଧ୍ୟ ସମୁଦ୍ର ଭିତରେ ଭୟଙ୍କର ରୂପ ଧାରଣ କରିଛି । ଘୂର୍ଣ୍ଣିବଳୟ ସାଲି ବର୍ତ୍ତମାନ ମେକ୍ସିକୋ ଗଲ୍ଫ ଦେଇ ଉତ୍ତର ପଶ୍ଚିମ ଦିଗକୁ ଯାଉଛି । ଗଲ୍ଫ କୋଷ୍ଟରେ ଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସ୍ଥାନାନ୍ତର କରାଯାଉଛି । ଏହା ଲୁଇସିଆନା-ମିସିସିପି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ୭ରୁ ୧୧ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ବଢ଼ିପାରେ । ଫଳରେ ସହର ମଧ୍ୟକୁ ପାଣି ପ୍ରବେଶ କରି ପ୍ରବଳ ବନ୍ୟା ସ୍ଥିତି ସୃଷ୍ଟି କରିବ । ଏହାସହ ୨ ଫୁଟର ବର୍ଷା ହେବା ସମ୍ଭାବନା ରହିଛି । ଗଲ୍ଫ କୋଷ୍ଟରେ ଏହା ଭୟଙ୍କର ବନ୍ୟା ସୃଷ୍ଟି କରିପାରେ । ବ୍ୟାପକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ ।

ଗଲ୍ଫ କୋଷ୍ଟରୁ ଫ୍ଲୋରିଡା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ପାଣିପାଗ ବିଶେଷଜ୍ଞମାନେ ଏହାକୁ ଏକ ଐତିହାସିକ ବନ୍ୟାର ଆଖ୍ୟା ଦେଇଛନ୍ତି । ସାମୁଦ୍ରିକ ଝଡ଼ ‘ଟେଡି’ ଏବେ କେନ୍ଦ୍ରୀୟ ଆଟଲାଣ୍ଟିକରେ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ‘ଟେଡି’ ଶକ୍ତିଶାଳୀ ରୂପ ଧାରଣ କରିବ । ସାଲି ପରେ ଟେଡି ହେଉଛି ଅଷ୍ଟମ ହରିକେନ୍‌ । ସେହିଭଳି ସାମୁଦ୍ରକି ଝଡ଼ ‘ଭିକି’ ବର୍ତ୍ତମାନ ପୂର୍ବ ଆଟଲାଣ୍ଟିକଠାରୁ  ୧୦୦ ମାଇଲ ଦୂରରେ ରହିଛି । ଏକାଠି ୫ଟି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇ ଭୟଙ୍କର ରୂପ ଧାରଣ କରିଛି । ଏହାରି ଉପରେ ସାରା ବିଶ୍ୱର ପାଣିପାଗ ବିଶେଷଜ୍ଞ ମାନେ ନଜର ରଖିଛନ୍ତି ।

KNews Bureau

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

4 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

7 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

19 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

37 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

41 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

48 mins ago