ଦକ୍ଷିଣ କାଲିଫର୍ଣ୍ଣିଆର ସମୁଦ୍ର ତଟରେ ମାନବ ତସ୍କରୀ କରୁଥିବା ଦୁଇଟି ଡଙ୍ଗା ଓଲଟିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ସନ୍ଦିଗ୍ଧ ଡଙ୍ଗା ଓଲଟିଯିବାରୁ ଅତିକମରେ ୮ ଜଣ ଲୋକ ମରିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇ କହିଛନ୍ତି ।
ସୂଚନା ଅନୁସାରେ, ରାତି ୧୧.୩୦ ସମୟରେ ଏକ ଫୋନ୍ କଲ୍ ଆସିଥିଲା। ଫୋନ କଲରେ ସ୍ପାନିସ ଭାଷାରେ ଜଣେ ମହିଳା କଲ୍ କରି ପ୍ରଶାନ୍ତ ମହାସାଗରର ଟୋରୀ ପାଇନ୍ସ ପାଖରେ ଡଙ୍ଗା ଓଲଟି ପଡିଥିବା ଖବର ଦେଇଥିଲେ ।
ମାଛ ଧରିବାକୁ ଯାଇଥିବା ଡଙ୍ଗା ବୁଡିଯାଇଥିବା ଖବର ମିଳିଥିଲା। ଯେଉଁଥିରେ ୮ ଜଣ ଲୋକ ଥିଲେ । ଏହାପରେ ତୁରନ୍ତ ଲାଇଫଗାର୍ଡ ପକ୍ଷରୁ ସନ୍ଧାନ କରିବା ପରେ ଜାଣିବାକୁ ମିଳିଥିଲା କି, ୨ଟି ଡଙ୍ଗା ଓଲଟିବା ଫଳରେ ଏଥିରେ ଥିବା ୨୩ ଜଣଙ୍କ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଡଙ୍ଗା କେମିତି ଓଲଟିଲା, ତା’ର ମୁଖ୍ୟ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ତେବେ ଏହାକୁ ନେଇ ସେନ ଡିଏଗୋର ରେସକ୍ୟୁ ଡିପାର୍ଟମେଣ୍ଟ ଲାଇଫଗାର୍ଡ ପକ୍ଷରୁ ସୂଚନା ମିଳିଛି କି, ଯେଉଁମାନେ ବୁଡି ମରିଛନ୍ତି, ସେମାନେ କେଉଁ ଦେଶର ଜଣାପଡିନାହାନ୍ତି । ତେବେ ଦକ୍ଷିଣ ଏବଂ ମଧ୍ୟ ଆମେରିକାରୁ ଅନେକ ସଂଖ୍ୟକ ଲୋକ ଅବୈଧ ଭାବେ ଆମେରିକା ସୀମା ପାର କରୁଛନ୍ତି । ତେଣୁ ସେମାନେ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ…
ବର୍ତ୍ତମାନ ସମଗ୍ର ଦେଶରେ ଅତ୍ୟଧିକ ଗରମ ହେଉଛି ଏବଂ ଏହି ଗରମରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ…
ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ…
ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ…
ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ…
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର…