ଆମ୍ବୁଲାନ୍ସ ଅଭାବରୁ ଚାଲିଗଲା ନବଜାତ ଶିଶୁ ସହିତ ଏହି ଅଭିନେତ୍ରୀଙ୍କ ଜୀବନ

ନିକଟରେ ଆମ୍ବୁଲାନ୍ସ କୁ ରାତି ସାରା ଷ୍ଟାଟରେ ରଖି ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ଏସିରେ ଶୋଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାବ୍ୟତିତ ଅନ୍ୟପଟେ ଆଉ ଏକ ସ୍ଥାନରେ ଆମ୍ବୁଲାନ୍ସରୁ ତେଲ ସରିଯିବା କାରଣରୁ ଅଧା ବାଟରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଏସବୁ ଘଟଣାଠାରୁ ବଳିଗଲା ଆଉ ଏକ ଘଟଣା । ଏହା କୌଣସି ଅଧ୍ଯୁଷିତ ଅଞ୍ଚଳ ନୁହେଁ ବରଂ ମହାରାଷ୍ଟ୍ରରେ ଘଟିଛି  । ଯାହା ସ୍ବାସ୍ଥ୍ୟ ସେବାର ଏକ ନଗ୍ନ ଉଦାହରଣ ପାଲଟିଛି ।

ଅନେକ ମରାଠୀ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ଝୁଞ୍ଜାର୍ ଏବଂ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହାର କାରଣ ହେଉଛି ଆମ୍ବୁଲାନ୍ସର ଅଭାବ । ଆଜ୍ଞା ହଁ ୨୫ ବର୍ଷୀୟ ମହାରାଷ୍ଟ୍ରର ଏହି ଅଭିନେତ୍ରୀ ରବିବାର ମୁମ୍ବାଇରୁ ୬୦୦ କି.ମି. ଦୂର ହିଙ୍ଗୋଲୀ ଜିଲ୍ଲା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଭାଗ୍ଯର ବିଡମ୍ବନା ଜନ୍ମର କିଛି ସମୟ ପରେ ହିଁ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ଏବଂ ଆମ୍ବୁଲାନ୍ସ ଅଭାବରୁ ଅଭିନେତ୍ରୀ ଜଣଙ୍କ ମଧ୍ଯ ଆଖି ବୁଜିଛନ୍ତି । ସମ୍ପର୍କୀୟଙ୍କ କହିବାନୁସାରେ ଯଦି ଠିକ୍ ସମୟରେ ଆମ୍ବୁଲାନ୍ସ ମିଳିଯାଇଥାନ୍ତା ତେବେ ଉଭୟ ମା’ ଏବଂ ପୁଅକୁ ବଚାଂଯାଇପାରିଥାନ୍ତା ।

                                                             ଏହାସହ ପଢନ୍ତୁ:

ଆୟକର ବିଭାଗ ପଞ୍ଝାରେ କଲ୍‌କୀ ଭଗବାନ, ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କାର କଳାଧନ ଜବତ

ପୋଲିସର କହିବାନୁସାରେ , ପୂଜାଙ୍କୁ ରବିବାର ପ୍ରାଇମେରୀ ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାକାର ଡାକ୍ତର ପରିବାର ଲୋକଙ୍କୁ ତୁରନ୍ତ ମା’ ଏବଂ ପିଲାକୁ ସିଭିଲ୍ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ । କିନ୍ତୁ ସେହି ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଶେଷରେ ବେସରକାରୀ ଆମ୍ବୁଲାନ୍ସରେ ଉଭୟ ମା’ ଏବଂ ଶିଶୁକୁ ଅଣାଯାଇଥିଲା । ତେବେ ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଅଧାବାଟରେ ମା’ର ମୃତ୍ୟୁ ହୋଇଯାଇଥିଲା ।

Sonalisa

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

5 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

6 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

41 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

53 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

1 hour ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago