Below header

ଆମ୍ବୁଲାନ୍ସ ଅଭାବରୁ ଚାଲିଗଲା ନବଜାତ ଶିଶୁ ସହିତ ଏହି ଅଭିନେତ୍ରୀଙ୍କ ଜୀବନ

ନିକଟରେ ଆମ୍ବୁଲାନ୍ସ କୁ ରାତି ସାରା ଷ୍ଟାଟରେ ରଖି ଡ୍ରାଇଭର ଏବଂ ତାଙ୍କ ସହଯୋଗୀ ଏସିରେ ଶୋଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାବ୍ୟତିତ ଅନ୍ୟପଟେ ଆଉ ଏକ ସ୍ଥାନରେ ଆମ୍ବୁଲାନ୍ସରୁ ତେଲ ସରିଯିବା କାରଣରୁ ଅଧା ବାଟରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଏସବୁ ଘଟଣାଠାରୁ ବଳିଗଲା ଆଉ ଏକ ଘଟଣା । ଏହା କୌଣସି ଅଧ୍ଯୁଷିତ ଅଞ୍ଚଳ ନୁହେଁ ବରଂ ମହାରାଷ୍ଟ୍ରରେ ଘଟିଛି  । ଯାହା ସ୍ବାସ୍ଥ୍ୟ ସେବାର ଏକ ନଗ୍ନ ଉଦାହରଣ ପାଲଟିଛି ।

hospitalଅନେକ ମରାଠୀ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ଝୁଞ୍ଜାର୍ ଏବଂ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହାର କାରଣ ହେଉଛି ଆମ୍ବୁଲାନ୍ସର ଅଭାବ । ଆଜ୍ଞା ହଁ ୨୫ ବର୍ଷୀୟ ମହାରାଷ୍ଟ୍ରର ଏହି ଅଭିନେତ୍ରୀ ରବିବାର ମୁମ୍ବାଇରୁ ୬୦୦ କି.ମି. ଦୂର ହିଙ୍ଗୋଲୀ ଜିଲ୍ଲା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଭାଗ୍ଯର ବିଡମ୍ବନା ଜନ୍ମର କିଛି ସମୟ ପରେ ହିଁ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ଏବଂ ଆମ୍ବୁଲାନ୍ସ ଅଭାବରୁ ଅଭିନେତ୍ରୀ ଜଣଙ୍କ ମଧ୍ଯ ଆଖି ବୁଜିଛନ୍ତି । ସମ୍ପର୍କୀୟଙ୍କ କହିବାନୁସାରେ ଯଦି ଠିକ୍ ସମୟରେ ଆମ୍ବୁଲାନ୍ସ ମିଳିଯାଇଥାନ୍ତା ତେବେ ଉଭୟ ମା’ ଏବଂ ପୁଅକୁ ବଚାଂଯାଇପାରିଥାନ୍ତା ।

                                                             ଏହାସହ ପଢନ୍ତୁ:

ଆୟକର ବିଭାଗ ପଞ୍ଝାରେ କଲ୍‌କୀ ଭଗବାନ, ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କାର କଳାଧନ ଜବତ

ପୋଲିସର କହିବାନୁସାରେ , ପୂଜାଙ୍କୁ ରବିବାର ପ୍ରାଇମେରୀ ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାକାର ଡାକ୍ତର ପରିବାର ଲୋକଙ୍କୁ ତୁରନ୍ତ ମା’ ଏବଂ ପିଲାକୁ ସିଭିଲ୍ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ । କିନ୍ତୁ ସେହି ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଶେଷରେ ବେସରକାରୀ ଆମ୍ବୁଲାନ୍ସରେ ଉଭୟ ମା’ ଏବଂ ଶିଶୁକୁ ଅଣାଯାଇଥିଲା । ତେବେ ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଅଧାବାଟରେ ମା’ର ମୃତ୍ୟୁ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.