ଏମାନଙ୍କ ଆଗରେ ଫିକା ପଡିଯିବ ଆପଣଙ୍କ ପ୍ରେମ: ୭୨ ତମ ବିବାହ ବାର୍ଷିକୀକୁ ଏଭଳି ପାଳିଲେ ବୃଦ୍ଧ ଦମ୍ପତି ଯାହାର ଫଟୋ ହେଉଛି ଭାଇରାଲ

ପ୍ରେମ ସବୁବେଳେ ଅମର। ଏହାର କୌଣସି ବୟସ ନଥାଏ ନା ଥାଏ କୌଣସି ସୀମା। ବୟସ ଆଗରେ ପ୍ରେମ ହାରିନଥାଏ। କିଛି ଏପରି ଏକ ଘଟଣା ଆମେରିକାର କୋଲୋରାଡୋ ଘଟିଛି। ଏଠାରେ ରହୁଥିବା ବୃଦ୍ଧ ଦମ୍ପତି ନିଜ ବିବାହର ୭୨ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ବୃଦ୍ଧା ଜଣକ ବିବାହ ବେଳେ ପିନ୍ଧିଥିବା ଡ୍ରେସକୁ ପିନ୍ଧିଛନ୍ତି, ଯାହାକୁ ଦେଖି ପତି ଭାବୁକ ହୋଇପଡିଛନ୍ତି।

couple

ଖବର ମୁତାବକ, ଲିୟୋନାର୍ଡ ଏବଂ ଶର୍ଲି ମେଟିଜ ନାମକ ଦମ୍ପତିଙ୍କ ବୟସ ୯୧ ବର୍ଷ ହେଲାଣି। ଦୁହେଁ ଏବେ ଗ୍ରେସ ମେନର କେୟାର ସେଣ୍ଟରରେ ରହୁଛନ୍ତି। ବିବାହର ୭୨ ବାର୍ଷିକୀ ପାଳନ ଅବସରରେ ସେମାନେ ଏକ ଫଟୋଶୁଟ କରିଥିଲେ, ଯାହାକୁ ଦେଖି ଆପଣ ମଧ୍ୟ ନିଶ୍ଚିତ ଭାବେ ଭାବୁକ ହୋଇପଡିବେ। ଏହି ସୁନ୍ଦର ବୃଦ୍ଧ ଦମ୍ପତିଙ୍କ ଫଟୋ ସେହି ସେଣ୍ଟରେ କାମ କରୁଥିବା ଏର୍ଦିସ ବେହରଣ୍ଡସେନ ଉଠାଇ ଫେସବୁକ୍‌ରେ ସେୟାର କରିଥିଲେ। ଏମାନଙ୍କ ସୁନ୍ଦର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଫଟୋ ଦେଖି ଆପଣ ମଧ୍ୟ ନିଶ୍ଚିତ ଏମାନଙ୍କ ପ୍ରେମର ଗଭୀରତା ଅନୁମାନ କରିପାରୁଥିବେ। ବୟସ ଆଗରେ ଦୁହିଁଙ୍କ ପ୍ରେମ ଫିକା ପଡିନାହିଁ। ଦୁହେଁ ପରସ୍ପରକୁ ପୂର୍ବରୁ ଯେଭଳି ଭଲ ପାଉଥିଲେ ଏବେ ମଧ୍ୟ ସେହିଭଳି ଭଲ ପାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.