ଭଦ୍ରକ ଅଗିରାଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ: ୧୫ ବଖରା ଘର ଭସ୍ମୀଭୂତ, ୫ଟି ଗାଈ ଓ ୧୦ଟି ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଆଗରପଡ଼ା ଅଗିରାଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଆଗରପଡ଼ା ଥାନା ଅଧୀନସ୍ଥ ଆଡିଆ ପଂଚାୟତର ଅଗିରାଗଡିଆ ଗାଁରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ୩ଟି ପରିବାରର ୧୫ ବଖରା ଘର ପୋଡ଼ି ଜଳି ପାଉଁଶ ହେବା ସହ ୫ ଗୋରୁ , ୧୦ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଶମ୍ବୁନାଥ ନାୟକଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗି ଯାଇଥିଲା। ଖବର ପାଇ ଆଗରପଡ଼ା ଦମକଳବାହିନୀ ଯାଇ ନିଆଁକୁ ଆୟତ୍ତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.