Below header

‘ସ୍ୱପ୍ନରେ ଆସିଥିଲେ ପତି, ଏଥିପାଇଁ ହୋଇଗଲି ଗର୍ଭବତୀ’ : ଏପରି ଚାଞ୍ଚଲ୍ୟକର ବୟାନ ଦେଲେ ମହିଳା

ଏପରି ଏକ ଅଦ୍ଭୁତ ଘଟଣା ବିହାର ଭାଗଲପୁରରେ ଦେଖିବାକୁ ମିଳିଛି। ଉକ୍ତ ଗର୍ଭବତୀ ମହିଳାଙ୍କ ବୟାନ ଶୁଣି ସମସ୍ତେ ଚକିତ ହୋଇପଡିଛନ୍ତି। ଜଗଦୀଶପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ଭାଗଲପୁର ଜୋନର ଡିଆଇଜି ବିକାଶ ବୈଭବଙ୍କୁ ଭେଟି ତାଙ୍କ ଭାଉଜ ଅର୍ଥାତ ଗର୍ଭବତୀ ମହିଳାଙ୍କୁ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ମହିଳା କହିଛନ୍ତି କି , ତାଙ୍କ ଭାଇ ଗତ ସାତ ମାସ ହେଲା କଲିକତାରେ ରହୁଥିବା ବେଳେ କିଭଳି ତାଙ୍କ ଭାଉଜ ଗର୍ଭବତୀ ହେଲେ। ତାଙ୍କ ଭାଉଜଙ୍କ ଗର୍ଭରେ ଥିବା ପିଲାର ଡିଏନ୍‌ଏ ଯାଞ୍ଚ ପାଇଁ ସେ ଦାବି କରିଛନ୍ତି।

ସୂଚନାମୁତାବକ, ମହିଳା ଜଣକ କହିଛନ୍ତି, ତାଙ୍କ ବଡ ଭାଇଙ୍କ ବିବାହ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା। ଏହାର ଦୁଇ ବର୍ଷ ପରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା। ସାତ ମାସ ପୂର୍ବରୁ ତାଙ୍କ ଭାଇ ରୋଜଗାର ପାଇଁ କଲିକତା ଯାଇଥିଲେ। ଯେତେବେଳେ ସେ ସେପ୍ଟେମ୍ବରରେ ଘରକୁ ଫେରିଥିଲେ, ତେବେ ତାଙ୍କ ପତ୍ନୀ ତିନି ମାସର ଗର୍ଭବତୀ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ। କିନ୍ତୁ ଏହା କିଭଳି ସମ୍ଭବ ହୋଇପାରେ ବୋଲି ଜାଣି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।

pp

ମହିଳା ଜଣକ କିଭଳି ଗର୍ଭବତୀ ହେଲେ ଏଥିରେ ସନ୍ଦେହ କରି ଘରଲୋକେ ତାଙ୍କୁ ରଖିବାକୁ ରାଜି ନଥିଲେ। ଯଦି ତାଙ୍କୁ ଘରେ ରଖାନଯାଏ, ତେବେ ମିଛ ମାମଲାରେ ସେମାନଙ୍କୁ ଫସାଇ ଦେବେ ବୋଲି ଗର୍ଭବତୀ ମହିଳା ଜଣକ ଧମକ ଦେଲେ।

ପରେ ପରିବାର ଲୋକ ମହିଳାଙ୍କୁ ରଖିବାକୁ ମନା କରିବାରୁ ଗାଁରେ ପଞ୍ଚାୟତ ବସିଥିଲା। ଏଥିରେ ମହିଳାଙ୍କୁ ତାଙ୍କ ଗର୍ଭରେ ଥିବା ପିଲା କାହାର ବୋଲି ପଚରାଯିବାରୁ ସେ ନିଜ ପତିଙ୍କର ବୋଲି କହିଥିଲେ। କିନ୍ତୁ ଏହା କିଭଳି ସମ୍ଭବ। ଗତ ସାତ ମାସ ହେବ ସ୍ୱାମୀ ବାହାରରେ ରହୁଥିବା ସତ୍ତ୍ୱେ ମହିଳା କିପରି ଗର୍ଭବତୀ ହେଲେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥିଲା। ଏହାର ଉତ୍ତର ଦେଇ ଗର୍ଭବତୀ ଥିବା ମହିଳା ଜଣକ କହିଥିଲେ କି, ତାଙ୍କ ସ୍ୱାମୀ ସ୍ୱପ୍ନରେ ଆସିଥିଲେ, ତେଣୁ ମୁଁ ଗର୍ଭବତୀ ହେଲି।

ତାଙ୍କର ଏହି କଥାକୁ କେହି ବିଶ୍ୱାସ ନ କରି, ତାଙ୍କ ପାଖରେ ଥିବା ମୋବାଇଲ ଚେକ୍‌ କରିବାରୁ ପ୍ରକୃତ ସତ୍ୟ ଧରାପଡିଥିଲା।, ତାଙ୍କ ମୋବାଇଲରେ ଜଣେ ପୁରୁଷ ବନ୍ଧୁଙ୍କ ନମ୍ବର ରହିଥିଲା, ଯେଉଁ ନମ୍ବରକୁ ବାରମ୍ବାର କଲ୍‌ କରାଯାଉଥିଲା। ମହିଳାଙ୍କ ଗର୍ଭରେ ଥିବା ପିଲା ଉକ୍ତ ବନ୍ଧୁଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.