ବାଲେଶ୍ୱର ପାଉଁଶକୁଲ ହସ୍ପିଟାଲର ସୁଇପର ମାଡରେ ରୋଗୀ ଗୁରୁତର

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ମେଡିକାଲରେ ସୁଇପରଙ୍କ ଦାଦାଗିରି । ସିଂଲା ଥାନା ପାଉଁଶକୁଲ ହସ୍ପିଟାଲର ସୁଇପର ମାଡରେ ରୋଗୀ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ହେବାକୁ ଉଜୁଡା ଗାଁର ପୁରସ୍ତମ ଜେନା ଆସିଥିଲେ । ତେବେ କୈଣସି କାରଣରୁ ସୁଇପର ତାଙ୍କୁ ମାଡ ମାରିଥିଲେ । ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ପୁରସ୍ତମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଏ ନେଇ ପୁରସ୍ତମଙ୍କ ପତ୍ନୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.