ବକ୍ସ ଅଫିସ୍‌ ରେ ଧମାଲ କରୁଛି ଫିଲ୍ମ ‘ଓ୍ଵାର’, ଆଜି ପର୍ଯ୍ୟନ୍ତ ଆୟ କରିସାରିଲାଣି ୩୦୦ କୋଟି

ହ୍ରିତିକ ରୋଶନ୍ ଓ ଟାଇଗର ଶ୍ରଫ୍ ଷ୍ଟାରର୍ ଫିଲ୍ମ ‘ୱାର୍’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ରିଲିଜ୍ ପୂର୍ବରୁ ପ୍ରି ସେଲିଂରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିବା ସହ ପ୍ରଥମ ଦିନରେ ୫୦ କୋଟି ଆୟ କରି ଚଳିତ ବର୍ଷ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମଗୁଡ଼ିକର ପ୍ରଥମ ଦିନର ଆୟରେ ରେକର୍ଡ କରିଥିଲା। ଏହାର ପ୍ରଥମ ଦିନର ଆୟକୁ ଦେଖି ଜଣାପଡ଼ିଯାଇଥିଲା ଯେ ଏହି ଫିଲ୍ମ ବ୍ଲକବଷ୍ଟର ହେବ। ହେଲେ ଏହା ଏବେ ଅଲ୍‌ଟାଇମ୍ ବ୍ଲକବଷ୍ଟର ହୋଇଯାଇଛି। ଫିଲ୍ମ ‘ୱାର୍’ ଏବେ ବକ୍ସ ଅଫିସ୍ କଲେକ୍ସନରେ ୩୦୦ କୋଟି ପାର୍ କରିସାରିଲାଣି।

hirtikସୂଚନା ଅନୁଯାୟୀ ଏହି ସୁପର ଆକ୍ସନ ଥ୍ରୀଲର୍ ‘ୱାର୍’ ରିଲିଜ୍ ହେବାର ୧୯ ଦିନରେ ୩୦୦ କୋଟି ପାର୍ କରିଛି। କେବଳ ହିନ୍ଦି ଭର୍ସନ୍‌ରେ ଏହା ୨୮୭ କୋଟି ଆୟ କରିଛି। ଗତକାଲି ଏହା ପାଖାପାଖି ୫ କୋଟି ଟଙ୍କା ଆୟ କରିଛି। ହେଲେ ଏବେ ଯାଏ ଏହା ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

war_hrithik

ଏହାସହ ପଢନ୍ତୁ: ପ୍ରଥମ ଥର ପାଇଁ ଫିଲ୍ମ ‘ଫ୍ରୋଜେନ-୨’ରେ ଏକାଠି ନଜର ଆସିବେ ପ୍ରିୟଙ୍କାଙ୍କ ସହ ପରିଣୀତି ଚୋପ୍ରା

ଫିଲ୍ମ ‘ୱାର୍‌’କୁ ନେଇ ଦର୍ଶକଙ୍କ ଭିତରେ ଏକ ଏଜବ କ୍ରେଜ୍ ଦେଖିବାକୁ ମିଳୁଛି। ୟଶ୍‌ରାଜ୍ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ହ୍ରିତିକ୍ ଓ ଟାଇଗର୍‌ଙ୍କ ସହିତ ଏଥିରେ ବାଣୀ କପୁର ମଧ୍ୟ ଅଛନ୍ତି। ଫିଲ୍ମରେ ହ୍ରିତିକ୍‌ଙ୍କ ଶିଷ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର୍‌। ହ୍ରିତିକ୍ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀରେ ସସ୍‌ପେନ୍ସ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.