Below header

ପର୍ଯ୍ୟଟକଙ୍କୁ ନେଇ ରହଛି କେଉଁ ଦେଶରେ କି ନିୟମ, ଜାଣନ୍ତୁ ଏହାର ଆଇନ୍‌-କାନୁନ୍‌ ବିଷୟରେ

ଆପଣମାନେ ଯଦି ନିଜର ଛୁଟିକୁ ସେଲିବ୍ରେଟ୍ କରିବା ପାଇଁ କେଉଁଠିକୁ ବୁଲିବାକୁ ଯାଇଛନ୍ତି ତେବେ ଏହା ଖୁବ୍ ଭଲ କଥା। କିନ୍ତୁ ଆପଣମାନେ ସେଠାକାର ସ୍ଥାନୀୟ ରୀତି-ନୀତି ଏବଂ ପ୍ରଥା-ପରମ୍ପରାକୁ ସମ୍ମାନ ଦେଖାଇବା ଉଚିତ। ଏହାଦ୍ୱାରା କେବଳ ଆପଣ ବିନମ୍ରତା ଦୁହେଁ ବରଂ ଆପଣ ଆଇନ୍ ଠାରୁ ମଧ୍ୟ ଦୂରେଇ ରହିପାରିବେ। କାରଣ ଅନେକ ସ୍ଥାନରେ ଭିନ୍ନ-ଭିନ୍ନ ଆଇନ୍ ରହିଛି। ଏହିକାରଣରୁ ଆପଣ ଛୁଟି ଦିନରେ ଯିବାକୁ ଥିବା ସ୍ଥାନ ବିଷୟରେ ସମସ୍ତ ଆଇନ୍ ବିଷୟରେ ଜାଣିବା ଉଚିତ୍‌। ନଚେତ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ତେବେ ଜାଣନ୍ତୁ କେଉଁ ଟୁରିଷ୍ଟି ପ୍ଲେସ୍‌ରେ କି ପ୍ରକାର ନିୟମ ରହିଛି।

କାପରୀ ଇଟାଲିର କାମ୍ପୋନିୟା କ୍ଷେତ୍ର ଖୁବ୍ ଲୋକପ୍ରିୟ ପଯ୍ୟର୍ଟନ ସ୍ଥଳ ଏବଂ ଏଠାରେ ଥିବା ସମୁଦ୍ର ତଟ ଖୁବ୍ ଲୋକପ୍ରିୟ। ଯଦି ଆପଣ କେବେ ନିଜର ଛୁଟି ଦିନ ମାଟିବା ପାଇଁ ଏହି ସ୍ଥାନକୁ ଯାଉନ୍ତି ତେବେ ଧ୍ୟାନ ରଖନ୍ତୁ ଆପଣ ପାଦରେ କଣ ପିନ୍ଧିବା ଉଚିତ। କାରଣ ଏଠାରେ ସାମାନ୍ୟ ଆଘାତ ଲାଗିଲା ଏବଂ ଚପଲ ପିନ୍ଧିବା ଉପରେ ରୋକ୍ ଲଗାଯାଇଛି। କୌଣସି ଜୋତା ଯଦି ଇଟାଲି ସଡକରେ ଜୋରରେ ଆବାଜ କରିଥାଏ ତେବେ ଆପଣଙ୍କ ଉପରେ ଜରିମନା ଲାଗିବାର ସମ୍ଭାବନା ରହିଥାଏ।

capri2ଯଦି ଆପଣ ସିଙ୍ଗାପୁରର ଯିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସାଙ୍ଗରେ ନେଇ ଯାଉଥିବା ଚୁଇଙ୍ଗମ୍ କୁ ଘରେ ଛାଡି ଯାଆନ୍ତୁ । କାରଣ ଏଠାରେ ବିଦେଶର କୌଣସି ଦ୍ରବ୍ୟ ବିକିବା କିମ୍ବା କିଣିବାର ଅନୁମତି ନାହିଁ। ଏହାବ୍ୟତୀତ ଏଠାରେ ରାସ୍ତାରେ ଅଳିଆ ପକାଇଲେ ୫୦୦ ଡଲାର ର ଜରିମନା ଦେବାକୁ ପଡ଼ିଥାଏ। ଏହାବ୍ୟତୀତ ଏହି ସହରରେ ସାର୍ବଜନିକ ଧୂମପାନ, ପାରାର ଖେଳନା, ମେଟ୍ରୋରେ ଖାଇବା କିମ୍ବା ପିଇବା, ଗୁଡି ଉଡାଇବା ଏବଂ ଏପରିକି ନିଜ ଘରେ ମଧ୍ୟ ନଗ୍ନ ଅବସ୍ଥାରେ ବୁଲିବା ଏହିସବୁ ଉପରେ ପ୍ରତିବନ୍ଧିତ ଲଗାଯାଇଛି। ଏହିସବୁ ନିୟମ ଉଲ୍ଲଂଘନ କରିବା ଦ୍ୱାରା ଜରିମନା ଦେବା ସହ ଜେଲ୍ ଯିବାକୁ ମଧ୍ୟ ପଡିଥାଏ।

ଏଠାରେ ଚାଲୁଥିବା ଗାଡିରେ ଯଦି ଆପଣ କିସ୍ କରୁଥିବା ବେଳେ ଧରା ପଡିଯାଆନ୍ତି ତେବେ ଆପଣଙ୍କ ଜୀବନର ମୂଲ୍ୟ କିସ୍ ହୋଇପାରେ। କାରଣ ଇଟାଲିର ଇବୋଲି ସହରରେ ଚାଲୁଥିବା ଗାଡିରେ କିସ୍ କରିବା ଆଇନ୍ ଅନୁଯାୟୀ ଅପରାଧ। ଏଥିପାଇଁ ଆପଣଙ୍କୁ ୧୦୦ ଡଲାର ଜରିମନା ମଧ୍ୟ ଦେବାକୁ ପଡ଼ିପାରେ।

eboly

ଏହାସହ ପଢନ୍ତୁ: ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ପୁରୁଷଙ୍କ ପାଇଁ ଆଶ୍ରମ, ଜାଣନ୍ତୁ ଏଠାରେ କିପରି ମିଳୁଛି ନ୍ୟାୟ

ଆମେମାନେ କୌଣସି ଯାଗାକୁ ବୁଲିବାକୁ ଯିବା ସମୟରେ ସେଠାକାର ଦୃଶ୍ୟକୁ ଉପଭୋଗ କରିବା ସହ ଫଟୋ ଉଠାଇବାକୁ ଖୁବ୍ ପସନ୍ଦ କରିଥାଉ। କିନ୍ତୁ ସ୍ୱିଜରଲ୍ୟାଣ୍ଡର ଆପଣ ନିଜର ଛୁଟି କାଟିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖନ୍ତୁ ଆପଣ ସେଠାରେ ଫଟୋ ବିଲକୁଲ୍ ଉଠାଇ ପାରିବେ ନାହିଁ। କାରଣ ଏଠାକାର ମେୟରଙ୍କ କହିବା ଅନୁଯାୟୀ ଏହି ସହର ଖୁବ୍ ସୁନ୍ଦର ଏବଂ ବୈଜ୍ଞାନିକ ସ୍ତରରେ କୁହାଯାଇଛି କି ସୋସିଆଲ ମିଡିଆରେ ସୁନ୍ଦର ସହରର ଫଟୋ ଦେଖିବା ପରେ ଲୋକମାନେ ସେଠାକୁ ଯାଇ ପାରିବେ ନାହିଁ ବୋଲି ଭାବି ଦୁଃଖୀ ହୋଇଯାଆନ୍ତି। ଏହିକାରଣରୁ ଏହି ସହର ଲୋକମାନଙ୍କ ଦୁଃଖର କାରଣ ହେବା ପାଇଁ ଚାହିଁନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.