ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୀପାବଳି ଭେଟି, ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ କ୍ଲିନ୍‌ ସ୍ୱିପ କଲା ଭାରତ

ରାଞ୍ଚି: ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୀପାବଳି ଭେଟି । ରାଞ୍ଚିରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ୨୦୨ ରନ୍‌ରେ ହରାଇ ସିରିଜ କ୍ଲିନସ୍ୱିପ କରିଛି ବାରଟ ଆଣ୍ଡ କୋ । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପ୍ରଥମ ଥର ପାଇଁ  ୩-୦ରେ ସିରିଜ କବଜା କରିଛି ।

ଗତକାଲିର ଅସମାପ୍ତ ୧୩୨ରନରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ୧୩୩ ରନ କରି ଅଲ ଆଉଟ ହୋଇଥିଲା । ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ଵିକେଟ ନେଇଥିବା ବେଳେ ଉମେଶ ଯାଦବ ୨ ଟି ଓ୍ଵିକେଟ ନେଇ ଭ୍ରମଣକାରୀ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ପ୍ରଥମ ଇଂନିସରେ ୩୩୫ ରନ ଲିଡ କରିବା ପରେ ୨ୟ ଇଂନିସ ବ୍ୟାଟିଂ ନ କରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା ଭାରତ ।


 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.