Below header

ଏଣିକି ସରକାରୀ ନିୟନ୍ତ୍ରଣରେ ରହିବନି ପୁରୀ ଗୋବର୍ଧନ ପୀଠ, ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟାସ୍ତ ରହିବ

ପୁରୀ(କେନ୍ୟୁଜ୍) : ଏଣିକି ସରକାରୀ ନିୟନ୍ତ୍ରଣରେ ରହିବନି ପୁରୀ ଗୋବର୍ଧନ ପୀଠ । ପୀଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟାସ୍ତ ରହିବ । ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ଅନୁଯାୟୀ ଏହା ଆଉ ପରିଚାଳିତ ହେବ ନାହିଁ । ସରକାରୀ ନିୟନ୍ତ୍ରଣରେ ଆଉ ମଠ ରହିବ ନାହିଁ । ଗୋବର୍ଧନ ପୀଠ ସଂପର୍କରେ ଏହି ବଡ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟରେ ମୋହର ଲାଗିିଛି । ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପୁରୀ ଗୋବର୍ଧନ ପୀଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଗ୍ରଣୀ ଭୂମିକା ରହିଛି ।

sankaracharjya ପୁରୀ ଗୋବର୍ଧନ ମଠ ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନୁରୋଧ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦ କ୍ରମେ ଓଡ଼ିଶା ସରକାର ହିନ୍ଦ ଦେବୋତ୍ତର ଅଧିନିୟମ ୧୯୫୧ରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଧିନିମୟ ପରିସରରୁ ଗୋବର୍ଧନ ପୀଠକୁ ବାଦ ଦିଆଯାଇଛି । ଫଳରେ ଏହି ମଠର ପରିଚାଳନାତ ଅଧିକାର ଦେବୋତ୍ତର ବିଭାଗ ପାଖରେ ଆଉ ରହିବ ନାହିଁ । ଖୋଦ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟାସ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.