ଦେଶ ବିଦେଶ

ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷାକ୍ତ ସାପ, ଅସୁସ୍ଥ ହେଲେ ଅନେକ ଛାତ୍ରଛାତ୍ରୀ

(କେନ୍ୟୁଜ ବ୍ୟୁରୋ): ବିହାରର ଏକ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରୁ ବିଷାକ୍ତ ସାପ ବାହାରିଛି । ଫଳରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଫାରବିସଗଞ୍ଜର ଅମୌନାରେ ହୋଇଥିବା ଏଭଳି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଖେଚୁଡ଼ି ପରଷା ଯାଇଥିଲା । ଯେଉଁଥିରେ ଏକ ବିଷାକ୍ତ ସାପ ବାହାରିଥିବା ଦେଖାଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେମାନଙ୍କୁ ଅତି ଶୀଘ୍ର ଫାରବିସଗଞ୍ଜର ସବ ଡିଭିଜନାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଛି ।

ଅମୌନାରେ ଅବସ୍ଥିତ ଅମୌନା ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବାକୁ ବସିଥିବା ଛାତ୍ର ମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଥାଳିରେ ଏହି ବିଷାକ୍ତ ସାପଟି ନଜର ଆସିଥିଲା । ଖାଦ୍ୟରେ ସାପ ବାହାରିଥିବା ଘଟଣାଟି ଗାଁରେ ବ୍ୟାପି ଯାଇଥିଲା । ପରେ ଗାଁ ଲୋକେ ସ୍କୁଲ  ପହଞ୍ଚି ଉତ୍ତେଜନା ସୃଷ୍ଟି କରିଥିଲେ । ଏଭଳି ଅଭାବନୀୟ ଘଟଣା ପରେ ସ୍ଥାନୀୟ ବିଧାୟକ, ଏସଡିଏମ ଏବଂ ଡିଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ,ପିଲାମାନଙ୍କୁ ପରାଷା ଯାଇଥିବା ଖାଦ୍ୟ ଏକ ଏନଜିଓ ପ୍ରସ୍ତୁତ କରିଥିଲା । ଅମୌନା ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ଖାଦ୍ୟ ପରିବେଷଣ ସମୟରେ ଖାଦ୍ୟରୁ ବିଷାକ୍ତ ସାପ ବାହାରିଥିଲା । ବିଷାକ୍ତ ସାପ ଦେଖି ପିଲାମାନେ ଭୟ କରିଥିଲେ । ସଙ୍ଗେସଙ୍ଗେ ଖାଦ୍ୟ ପରିବେଷଣ ବନ୍ଦ କରାଯାଇଥିଲା । ଯେଉଁ ପିଲାମାନେ ପୂର୍ବରୁ ଖାଦ୍ୟ ଖାଇ ସାରିଥିଲେ ସେମାନଙ୍କ ମଧ୍ୟରୁ କିଛି ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଦେଖି ବିଦ୍ୟାଳୟର ଶିକ୍ଷକ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଘଟଣା ସମ୍ପର୍କରେ ଜାଣିବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ସ୍କୁଲରେ ପହଞ୍ଚି ସ୍କୁଲ ପରିଚାଳକଙ୍କ ବିରୋଧରେ ପ୍ରଶ୍ନ କରିଥିଲେ । ତେବେ କିଛି ଦିନ ପୂର୍ବରୁ ବିହାରର ଛପରା ଜିଲ୍ଲାରେ ମଧ୍ୟ ମଧ୍ୟାହ୍ନ ଭୋଜନରୁ ଝିଟିପିଟ ବାହାରିଥିଲା । ଏହି କାରଣରୁ ୩୫ରୁ ଉର୍ଦ୍ଧ୍ୱ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago