ଟେକ୍

ସ୍ମାର୍ଟଫୋନର ବି ଥାଏ Expiry Date!

ସବୁ ଜିନିଷର Expiry Date ଥାଏ । ଆପଣ ଯଦି କେବଳ ଖାଦ୍ୟ ଜିନିଷ କଥା ଭାବୁଥାନ୍ତି ତେବେ ଏହା ଭୁଲ ହେବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନର ମଧ୍ୟ Expiry Date ଥାଏ। ଏହା ସମ୍ପର୍କରେ କାହାକୁ ବିଶେଷ ଭାବେ ଜଣା ନଥାଏ । ଆମେ ଆଜି ଆପଣଙ୍କୁ କହିବୁ ମୋବାଇଲ ଫୋନ ର ଲାଇଫ କେତେ ଟାଇମ ଥାଏ ।

ଯଦି ଆପଣ ସ୍ମାର୍ଟ ଫୋନ୍ କିଣୁଛନ୍ତି ଆଉ ଭାବୁଛନ୍ତି ଯେ ଏହି ସ୍ମାର୍ଟଫୋନ୍ କେବେ ବି ଖରାପ ହେବ ନାହିଁ । ସବୁବେଳେ ନୂଆ ରହିବ ତେବେ ଏହା ଆପଣଙ୍କର ଭୁଲ ଚିନ୍ତା । ପ୍ରତ୍ୟେକ ସ୍ମାର୍ଟଫୋନ୍ କିଛି ସମୟ ପରେ ତ୍ରୁଟିଯୁକ୍ତ ହେବା ଆରମ୍ଭ କରେ, ଯଦିଓ ଏହି ତ୍ରୁଟି ମଧ୍ୟ ସଂଶୋଧନ କରାଯାଇପାରେ । ତେବେ ବି ସ୍ମାର୍ଟଫୋନର Expiry Date ଅଛି । ଦର୍ଶକବଂଧୁ ସ୍ମାର୍ଟଫୋନରେ ବ୍ୟବହୃତ ପାର୍ଟସ ସହିତ ସ୍ମାର୍ଟଫୋନ୍ ମଧ୍ୟ ଖରାପ ହୋଇଥାଏ, ଏପରି ପରିସ୍ଥିତିରେ ସ୍ମାର୍ଟଫୋନ ପାର୍ଟସର Expiry Date ଥାଏ | ଏସବୁ ମଧ୍ୟରୁ ଗୋଟିଏ ଯଦି ନଷ୍ଟ ହୋଇଯାଏ, ତେବେ ସ୍ମାର୍ଟଫୋନ୍ ତୁରନ୍ତ କାମ ବନ୍ଦ କରିଦେବ । କଣ ଆପଣ ସେହି ପାର୍ଟସ ସମ୍ପର୍କରେ ଜାଣିଛନ୍ତି କି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଏହି ପାର୍ଟସ ହେଉଛି ସ୍ମାର୍ଟଫୋନ ବ୍ୟାଟେରୀ ।

ସ୍ମାର୍ଟଫୋନ୍ ବ୍ୟାଟେରୀର Expiry Date ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେକୌଣସି ସ୍ମାର୍ଟଫୋନ୍ ବ୍ୟାଟେରୀର Expiry Date ଥାଏ ଯାହାକୁ ଆପଣ ନିଜେ ଚାହିଁଲେ ଜାଣିପାରିବେ । ପ୍ରକୃତରେ ସ୍ମାର୍ଟଫୋନର ବ୍ୟାଟେରୀରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ। ସମୟ ସହିତ ସେଥିରେ ପରିବର୍ତ୍ତନ ଆସେ ପରେ ତାହା ଖରାପ ହେବାକୁ ଲାଗିଲେ, ଯେଉଁ କାରଣରୁ ବ୍ୟାଟେରୀର ଚାର୍ଜ ଧାରଣ କ୍ଷମତା କମିଯାଏ । ଶେଷରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ।

ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟାଟେରୀର ପଛରେ ଲେଖା ହୋଇଛି ଯେ ଏହା କେତେଥର ଚାର୍ଜ ହୋଇପାରିବ । ପ୍ରକୃତରେ ଏହା ହେଉଛି ଫୋନର Expiry Date । ଯଦି ଏହାକୁ ସରଳ ଭାଷାରେ କୁହାଯିବ ତେବେ ଏହାର ଅର୍ଥ ହେଉଛି ହଜାର କିମ୍ବା ତା’ ଠାରୁ ଅଧିକ ଥର ଚାର୍ଜ କରିବା ପରେ ଏହି ବ୍ୟାଟେରୀ ଆଉ କାମ ଦେବ ନାହିଁ । ବ୍ୟାଟେରୀରେ ଥିବା ରାସାୟନିକ ପଦାର୍ଥର କାମ ଦେବା ର ସମୟ ଥାଏ ଏବଂ ପ୍ରତ୍ୟେକ ଥର ବ୍ୟାଟେରୀ ଚାର୍ଜ ହେଲେ ଏହା ଖରାପ ହେବା ଆରମ୍ଭ କରେ । ଶେଷରେ ଏହା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଏ । ଯଦି ଆମେ ସ୍ମାର୍ଟଫୋନ୍ ବିଷୟରେ କହିବା ତେବେ ଏହା ସମ୍ପୂର୍ଣ ରୂପେ ବ୍ୟାଟେରୀ ଉପରେ ନିର୍ଭର କରେ । ଯଦି ବ୍ୟାଟେରୀ ନୂଆ ଲଗାଯାଏ ତେବେ ସ୍ମାର୍ଟଫୋନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ବ୍ୟବହାର କରିପାରିବେ ।

D Sonali

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago