ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର କର୍ମଚାରୀ ପୋଲିସ ଇନ୍ସପେକ୍ଟରଙ୍କୁ ବିମାନରେ ଯିବାକୁ ଅନୁମତି ଦେଇ ନ ଥିବାରୁ ସେହି ପୋଲିସ କର୍ମଚାରୀ ଜଣକ ଏୟାରଲାଇନ ଷ୍ଟାଫକୁ ମାଡ ମାରିଛନ୍ତି। ସୂଚନା ମୁତାବକ, ପୋଲିସ କର୍ମଚାରୀ ଜଣକ ବିମାନ ବନ୍ଦରରେ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚିଥିଲେ। ତେଣୁ ଏୟାରଲାଇନ କର୍ମଚାରୀ ଏଭଳି ପଦକ୍ଷେପ ନେଇଥିଲେ।
ଘଟଣା ମୁତାବକ, ନଭେମ୍ବର ୧୭ ତାରିଖରେ ଗୁଜରାଟ ପୋଲିସର ସବ-ଇନ୍ସପେକ୍ଟରଙ୍କ ସମେତ ତିନିଜଣ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେମାନେ ଦିଲ୍ଲୀ ପାଇଁ ସ୍ପାଇସଜେଟ୍ SG-8194 ରେ ଟିକେଟ୍ ବୁକ୍ କରିଥିଲେ କିନ୍ତୁ ବିଳମ୍ବରେ ସେମାନେ କାଉଣ୍ଟରରେ ରିପୋର୍ଟ କରିଥିଲେ ଏବଂ ବୋର୍ଡିଂ ପାସକୁ ନେଇ ଟିକେଟ୍ କାଉଣ୍ଟରରେ ବିମାନ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ସେମାନେ ବିଳମ୍ବ କରିଥିବା ହେତୁ ବିମାନ କର୍ମଚାରୀମାନେ ବୋର୍ଡିଂ ପାସ୍ ପ୍ରଦାନ କରିବାକୁ ମନା କରିଦେଇଥିଲେ ବୋଲି ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ, ଅତ୍ଯଧିକ ଯୁକ୍ତିତର୍କ ପରେ ସବ୍-ଇନ୍ସପେକ୍ଟର ବିଳମ୍ବରେ ବୋର୍ଡିଂ ପାସ୍ ଦେବାକୁ ମନା କରିଥିବାରୁ ବିମାନ କର୍ମଚାରୀଙ୍କୁ ପୋଲିସ ଜଣକ ଶକ୍ତ ଚାପୁଡ଼ା ମାରିଥିଲେ। ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିମାନବନ୍ଦର ସୁରକ୍ଷା, ସିଏସ୍ଏଫ୍ ଡକାଯାଇଥିଲା ଏବଂ ଯାତ୍ରୀମାନେ ତଥା ବିମାନ କର୍ମଚାରୀଙ୍କୁ ମଧ୍ୟ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପରେ ଆପୋଷ ବୁଝାମଣା ପରେ ପୋଲିସ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରତ୍ଯାହାର କରାଯାଇଥିଲା। କିନ୍ତୁ ତାଙ୍କୁ ବିମାନରେ ଯିବାକୁ ଅନୁମତି ଦିଆଯାଇନଥିଲା।
ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…
ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…
ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…
କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…
ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…
କେନ୍ଦ୍ରାପଡ଼ା (କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…