ଦେଶ ବିଦେଶ

ଭାଇଦୂଜରେ ଘଟିଗଲା ବଡ ଦୁର୍ଘଟଣା: ଅନ୍ଧକାର ରାତିରେ ଚାରିଆଡେ ବିଛେଇ ହୋଇ ପଡିଥିଲା ଶବ, ଚାଲିଗଲା ୭ ଜୀବନ

ଭାଇଦୂଜ ଅବସରରେ ହିମାଚଳ ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହା ଆପଣଙ୍କ ଛାତି ଥରାଇଦେବ। ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ନିକଟରେ ଥିବା ମାଣ୍ଡି ନଦୀରେ ଏକ ପିକଅପ୍ ଭ୍ଯାନ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପିକଅପ୍ ଡ୍ରାଇଭର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଡ୍ରାଇଭର ବାଲହର ଏକ ଟେଣ୍ଟ ହାଉସ୍ କର୍ମଚାରୀ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୭ ଜଣ ବିହାରର ଶ୍ରମିକ ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ଜାରି ରହିଛି। ସୂଚନା ପାଇ ପୋଲିସ ଓ ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ବିନୋଦ କୁମାର ଠାକୁର ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ମୃତାହତଙ୍କୁ ଭ୍ଯାନରୁ ବାହାର କରିବା ସହିତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ।

ପୋଲିସ କହିବା ମୁତାବକ, ସମସ୍ତ କର୍ମଚାରୀ ବିଳମ୍ବିତ ରାତିରେ ବିହାରରୁ ଆସି ବସଷ୍ଟାଣ୍ଡରେ ଓହ୍ଲାଇ ଥିଲେ। ଏହା ପରେ କଣ୍ଟ୍ରାକ୍ଟର ସେମାନଙ୍କୁ ଉଠାଇବାକୁ ଆସିଥିଲେ, କିନ୍ତୁ ବ୍ରିଜ ଘାଟ ନିକଟରେ ଥିବା ପିକଅପ୍ ଅନିୟନ୍ତ୍ରିତ ହୋଇ ତଳେ ପଡ଼ିଯାଇ ରେଲିଂ ଭାଙ୍ଗି ପଡିଥିଲା। ପଛରେ ବସିଥିବା ସମସ୍ତ ୭ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସମସ୍ତ ମୃତଦେହକୁ ଜୋନାଲ ହସ୍ପିଟାଲର ପୋଷ୍ଟ ମର୍ଟମ ହାଉସରେ ରଖାଯାଇଛି ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଉଛି।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

4 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

12 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago