୨୦ଟଙ୍କା ଚୋରି ମାମଲାର ୪୧ ବର୍ଷ ପରେ ଦିଆଗଲା ନ୍ୟାୟ, ଜାଣନ୍ତୁ ପୂରା ଘଟଣା

ମଧ୍ୟପ୍ରଦେଶ: ୪୧ ବର୍ଷର ଏକ ଚୋରି ମାମଲାକୁ ଶନିବାର ଦିନ ନ୍ୟାସନାଲ ଲୋକ ଅଦାଲତରେ ଶୁଣାଣି ହୋଇ କେସକୁ ବନ୍ଦ କରାଯାଇଛି। ଘଟାଣାଟି ୧୯୭୮ ମସିହାର ବୋଲି ଜଣା ପଡିଛି। ବାବୁଲାଲ ନାମକ ଜଣେ ବ୍ୟକ୍ତି ବସରେ ଯାତ୍ରା କରୁଥିବା ସମୟରେ ତାଙ୍କର ୨୦ ଟଙ୍କା ଚୋରି ହୋଇଯାଇଥିଲା । ପୋଲିସ ଏହି ମାମଲାର ତଦନ୍ତ କରି ଇସ୍ମାଇଲ ଖାନ ନାମକ ଜଣେ ବ୍ୟକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ସେବେଠାରୁ କୋର୍ଟର ପ୍ରତ୍ୟେକ ତାରିଖରେ ଇସ୍ମାଇଲ ଖାନ  ଯୋଗ ଦେଉଥିଲେ କିନ୍ତୁ ୨୦୦୪ ମସିହାରେ ଇସ୍ମାଇଲ କୋର୍ଟର ତାରିଖରେ ଯୋଗ ଦେଲେ ନାହିଁ । ତେଣୁ ପୋଲିସ ତାଙ୍କ ଉପରେ ଅଦାଲତ ଅବମାନନା ଅଭିଯୋଗରେ ଏପ୍ରିଲ ୧୮ରେ ଗିରଫ କରି ଜେଲ ପଠାଇ ଦେଇଥିଲେ। ଯେହେତୁ ତାଙ୍କର କେହି ଜାମିନଦାର ନଥିଲେ ତେଣୁ ଇସ୍ମାଇଲଙ୍କୁ ଚାରିମାସ ଜେଲ ଦଣ୍ଡ ପରେ କୋର୍ଟରେ ହାଜର କରାଯାଇଥିଲା।

 

ଆହୁରି ପଢନ୍ତୁ: ପାଠ ଇଞ୍ଜିନିୟରିଂ, ପେସା ଡ୍ରାଇଭିଂ . . ଭେଟନ୍ତୁ ସମାଜର ରୁଢିବାଦୀ ଚିନ୍ତାଧାରାକୁ ଭାଙ୍ଗିଥିବା ମୁମ୍ବାଇର ପ୍ରଥମ ମହିଳା ବସ୍ ଡ୍ରାଇଭର୍ ପ୍ରତୀକ୍ଷାଙ୍କୁ

ଲୋକ ଅଦାଲତ ଶନିବାର ଦିନ ଅଭିଯୋଗକାରୀଙ୍କୁ ଏହାର ବିଚାର ପାଇଁ ଡାକାଇଥିଲେ । ଯେହେତୁ ମାମଲାଟି ୪୧ ବର୍ଷ ପୁରୁଣା ଅଟେ ଓ ଅଭିଯୁକ୍ତ ୪ମାସ ଜେଲରେ ସଜା କାଟିସରିଛନ୍ତି ତେଣୁ ଏହାକୁ ଆଗକୁ ବଢାଇବାର କିଛି ଅର୍ଥନାହିଁ ବୋଲି କୋର୍ଟ କହିଥିଲେ। ଶୁଣାଣି ବେଳେ ବାବୁଲାଲ ବିଚାରପତିଙ୍କୁ ନିବେଦନ କରି କହିଥିଲେ ସେ ଅଭିଯୁକ୍ତଙ୍କୁ ଜାଣି ନାହାନ୍ତି ଓ ତୁରନ୍ତ ଏହି ମାମଲାକୁ ଏଠାରେ ବନ୍ଦ କରାଯାଉ। ଅଭିଯୋଗ କାରୀ ବାବୁଲାଲଙ୍କ ମତକୁ ସହମତ କରି କୋର୍ଟ ତାଙ୍କୁ ଖଲାସ କରିବା ସହ ତାଙ୍କ କେସକୁ ବନ୍ଦ କରିଥିଲେ। ଜିଲ୍ଲା ଲୋକ ଅଦାଲତରେ ଆପୋଷ ବୁଝାମଣା ୭୬୯ ଓ ହାଇକୋର୍ଟରେ ୪୪୭ ମାମଲାକୁ ସେଟଲ୍ଡ କରାଯାଇଛି।

 

Sasmita

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago