Categories: କ୍ରୀଡା

କୋହଲିଙ୍କୁ ବିରାଟ ଝଟକା, ହାତରୁ ଯାଇପାରେ ଅଧିନାୟକ ପଦ

ସରିଲା ବିଶ୍ବକପ୍ । ବିଶ୍ବବିଜେତା ହେଲା ଇଂଲଣ୍ଡ । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ବକପରୁ ବିଦା ହେଲା ଟିମ୍ ଇଣ୍ଡିଆ । ତଥାପି ଏହାକୁ ନେଇ ଥମିବାର ନା ଧରୁନି ଚର୍ଚ୍ଚା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଖବର । ଏବେ ଆକ୍ସନ ମୁଡରେ ବିସିସିଆଇ । କିଛି ବଡ଼ ଧରଣର ପଦେକ୍ଷେପ ନେବାକୁ ଯାଉଛି ବିସିସିଆଇ । ଖୁବ୍ ଶୀଘ୍ର ଭାରତୀୟ ଟିମରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ଶୁଣିବାକୁ ମିଳୁଛି କୋହଲିଙ୍କ ହାତରୁ ଚାଲିଯାଇପାରେ କ୍ୟାପଟେନ୍ ପଦ ।

ମିଳିଥିବା ସୂଚନା ଅନୁସାରେ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ କରାଯାଇପାରେ ଭାରତର ଅଧିନାୟକ । ଦିନିକିଆ ଏବଂ ଟି ୨୦ ଅଧିନାୟକ ରୋହିତ୍ ରହିବା ବେଳେ କେବଳ ଟେଷ୍ଟ ର ଅଧିନାୟକ ପଦ ସମ୍ଭାଳିବେ କୋହଲି ।

ତେବେ ଏହି ପରିବର୍ତ୍ତନ ଏଥିପାଇଁ କରାଯାଉଛି କାରଣ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି ୨୦ ଏବଂ ୨୦୨୩ରେ ଭାରତରେ ହିଁ ବିଶ୍ବକପ୍ ଖେଳାଯିବ । ଆଉ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଆଖି ଆଗରେ ରଖି ରୋହିତଙ୍କ ହାତରେ ଅଧିନାୟକ ପଦ ଦିଆଯାଇପାରେ । ଯଦି ଏମିତି ହୁଏ ତେବେ କୋହଲିଙ୍କ ପାଇଁ ଏହା ଏକ ବିରାଟ ଝଟକା ।

ଏହା ସହ ପଢନ୍ତୁ ୧୯୮୬ରେ ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ବିଶ୍ବକପ୍ ହାରିଥିଲା ଇଂଲଣ୍ଡ, କିନ୍ତୁ ୨୦୧୯ରେ ସେହି ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ହେଲା ବିଶ୍ବବିଜେତା

ଅନ୍ୟପଟେ ଶୁଣିବାକୁ ମିଳିଛି  ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଭିତରେ ଜମାରୁ ପଡୁନାହିଁ । ସେମାନଙ୍କର ଦୁଇଟି ଅଲଗା ଗୋଷ୍ଠୀ ରହିଛି । କିଛି କୋହଲିଙ୍କୁ ଓ ଆଉ କିଛି ରୋହିତଙ୍କୁ ସମର୍ଥନ କରନ୍ତି ।

ସେହିଭଳି କଥା ଆସୁଛି ଯେ ଦଳରେ କ୍ୟାପଟେନ୍‌ କୋହଲି ଓ ମୁଖ୍ୟ କେଚ୍‌ ରବି ଶାସ୍ତ୍ରୀ ହେଉଛନ୍ତି ସର୍ବେସର୍ବା । ସେମାନେ ଯାହା କହିବେ ସେଇଟା ବେଦର ଗାର । ଆଉ କାହାର ମତାମତକୁ ଗ୍ରହଣ କରାଯାଏ ନାହିଁ । ଯିଏ ବିରାଟଙ୍କର ପ୍ରିୟ ସେହି ଖେଳାଳିଙ୍କୁ ଦଳରେ ସୁଯୋଗ ମିଳୁଛି । ଯେମିତିକି କେଏଲ୍‌ ରାହୁଲ ଯେତେ ଖରାପ ଖେଳିଲେ ବି ସୁଯୋଗ ପାଇବେ । ଆଉ ରୋହିତ ଚାହୁଁଥିବା ଖେଳାଳି ଦଳରେ ସ୍ଥାନ ପାଇବେ କି ନାହିଁ ତାର କିଛି ଗ୍ୟାରେଣ୍ଟି ନଥାଏ । ରୋହିତ ଓ ବୁମରାଙ୍କ ଭଳି ଖେଳାଳି କେବଳ ନିଜ ଭଲ ପ୍ରଦର୍ଶନ ଯୋଗୁଁ ଦଳରେ ରହି ପାରିଛନ୍ତି । କୋହଲି ଏମିତି ଚାଲ୍‌ ଖେଳିଲେ ଯେ ଅଲରାଉଣ୍ଡର ଅମ୍ବାତି ରାୟୁଡୁ ଅବସର ନେବା ଲାଗି ବାଧ୍ୟ ହେଲେ ।

କୋହଲିଙ୍କୁ ଜଣେ ଖେଳାଳି ଭାବେ ସମସ୍ତେ ପସନ୍ଦ କରନ୍ତି ହେଲେ ଅଧିନାୟକ ଭାବେ କେହି ଗ୍ରହଣ କରିବାକୁ ରାଜି ନୁହନ୍ତି । ବିଶ୍ୱକପ୍‌ ପରେ ଯଦି କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରାଯାଏ ତେବେ ଅଧିକାଂଶ ଖେଳାଳି ଖୁସି ହେବେ ବୋଲି କୁହାଯାଉଛି । କାରଣ ପ୍ରାୟ ସମସ୍ତ ଖେଳାଳି ଦଳରୁ ବାଦ୍‌ ପଡ଼ିବା ଭୟରେ ମୁହଁ ଖୋଲୁ ନଥିଲେ ମଧ୍ୟ କୋହଲି ଓ ଶାସ୍ତ୍ରୀଙ୍କ କାର୍ଯ୍ୟକଳାପରେ ଖୁବ୍‌ ଅସନ୍ତୁଷ୍ଟ ଅଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago