ସମାଜକୁ ଭଲ ବାର୍ତ୍ତା ଦେବାକୁ ଯାଇ ଭାରତ ଏବଂ ପାକିସ୍ତାନ ସୀମାରେ ଥିବା ‘ଅକଲି’ ଗାଁର ରାଜପୂତ ପରିବାର ମୃତ୍ୟୁ ପ୍ରୀତିଭୋଜନ ପରମ୍ପରା ଭାଙ୍ଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଏକ ବୈଠକ ବସି ଏ ବିଷୟରେ ଆଲୋଚନା ହୋଇଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଯଦି ପରିବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ଘଟେ, ତା’ହେଲେ ବାରଦିନରେ ୫ ପ୍ରକାରର ରୋଷେଇ ହେବ। ଏଥିପାଇଁ ରାଜପୂତ ସମାଜ କେତେକ ନିୟମ ଲାଗୁ କରିଛି। ଏହାସତ୍ତ୍ବେ ଯଦି କେହି ଏହି ନିଷ୍ପତ୍ତି ବିରୋଧରେ ଯିବ, ତାକୁ ସାମାଜିକ ବାସନ୍ଦ କରାଯିବ। ଗାଁର ପ୍ରତାପ ସିଂ ସୋଧାଙ୍କ କହିବାନୁଯାୟୀ, ବାରଦିନରେ ମଦ ପିଆଇବା ନିୟମ ମଧ୍ୟ ଲାଗୁ ହେବ ନାହିଁ। ଗୁଡ଼ରେ ଶୋକ ଶେଷ କରାଯିବ।
ସେ ଆହୁରି କହିଥିଲେ ଯେ କେହି କେହି ଗ୍ରୀମବାସୀଙ୍କ ଚାପରେ ଆସନ୍ତି। ପରିଜନଙ୍କ ମ୍ତ୍ୟୁ ଦୁଃଖରେ ମଧ୍ୟ ଭୋଜି ପାଇଁ ପଇସା ଯୋଗାଡ଼ କରିବାରେ ଲାଗିପଡ଼ନ୍ତି। ଫଳରେ କରଜରେ ବୁଡ଼ିଥିବା ସେହି ବ୍ୟକ୍ତି ଜଣକ କୌଣସି ପରିସ୍ଥିତିରେ ବି ନିଜ ବେଦନା କହିପାରେ ନାହିଁ, ଯେଉଁ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ନିଶା ବିରୋଧରେ ପୂରା ଗାଁ
ସେପଟେ ଭାରତ ଏବଂ ପାକିସ୍ତାନ ସୀମା ନିକଟବର୍ତ୍ତୀ ଗାଁ ‘ଭିଆଡ଼’ର ଲୋକମାନେ ନିଶା ବିରୋଧରେ ସ୍ବର ଉଠାଇଛନ୍ତି। ଗାଁର ଜଣେ ଶିକ୍ଷକ ରାଜେନ୍ଦ୍ର ସିଂ ନିଜ ଉଭଣୀ ବାହାଘର କାର୍ଡରେ ନିଶା ଛାଡ଼ିବା ପାଇଁ ଅପିଲ କରିଥିଲେ। ସେ କାର୍ଡରେ ଲେଖିଥିଲେ ଯେ ବାହାଘରରେ ଅଫିମ, ଡୋଡା, ବିଡି, ତମ୍ବାଖୁ ଏବଂ ମଦ ସେବନ ବନ୍ଦ ରହିବ। ଏଥିପାଇଁ ଏହାକୁ ଛାଡ଼ି ଦିଅନ୍ତୁ। ବାହାଘର ଜୁଲାଇ ୧୦ ତାରିଖରେ ଅଛି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…