Below header

ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଗାଁ ‘ଅକଲି’ର ରାଜପୂତ ପରିବାର ଭଙ୍ଗ କଲେ ମୃତ୍ୟୁ ଭୋଜି ପରମ୍ପରା, ସମାଜକୁ ଦେଲେ ବାର୍ତ୍ତା

ସମାଜକୁ ଭଲ ବାର୍ତ୍ତା ଦେବାକୁ ଯାଇ ଭାରତ ଏବଂ ପାକିସ୍ତାନ ସୀମାରେ ଥିବା ‘ଅକଲି’ ଗାଁର ରାଜପୂତ ପରିବାର ମୃତ୍ୟୁ ପ୍ରୀତିଭୋଜନ ପରମ୍ପରା ଭାଙ୍ଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଏକ ବୈଠକ ବସି ଏ ବିଷୟରେ ଆଲୋଚନା ହୋଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଯଦି ପରିବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ଘଟେ, ତା’ହେଲେ ବାରଦିନରେ ୫ ପ୍ରକାରର ରୋଷେଇ ହେବ। ଏଥିପାଇଁ ରାଜପୂତ ସମାଜ କେତେକ ନିୟମ ଲାଗୁ କରିଛି। ଏହାସତ୍ତ୍ବେ ଯଦି କେହି ଏହି ନିଷ୍ପତ୍ତି ବିରୋଧରେ ଯିବ, ତାକୁ ସାମାଜିକ ବାସନ୍ଦ କରାଯିବ। ଗାଁର ପ୍ରତାପ ସିଂ ସୋଧାଙ୍କ କହିବାନୁଯାୟୀ, ବାରଦିନରେ ମଦ ପିଆଇବା ନିୟମ ମଧ୍ୟ ଲାଗୁ ହେବ ନାହିଁ। ଗୁଡ଼ରେ ଶୋକ ଶେଷ କରାଯିବ।

ସେ ଆହୁରି କହିଥିଲେ ଯେ କେହି କେହି ଗ୍ରୀମବାସୀଙ୍କ ଚାପରେ ଆସନ୍ତି। ପରିଜନଙ୍କ ମ୍‌ତ୍ୟୁ ଦୁଃଖରେ ମଧ୍ୟ ଭୋଜି ପାଇଁ ପଇସା ଯୋଗାଡ଼ କରିବାରେ ଲାଗିପଡ଼ନ୍ତି। ଫଳରେ କରଜରେ ବୁଡ଼ିଥିବା ସେହି ବ୍ୟକ୍ତି ଜଣକ କୌଣସି ପରିସ୍ଥିତିରେ ବି ନିଜ ବେଦନା କହିପାରେ ନାହିଁ, ଯେଉଁ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ନିଶା ବିରୋଧରେ ପୂରା ଗାଁ

ସେପଟେ ଭାରତ ଏବଂ ପାକିସ୍ତାନ ସୀମା ନିକଟବର୍ତ୍ତୀ ଗାଁ ‘ଭିଆଡ଼’ର ଲୋକମାନେ ନିଶା ବିରୋଧରେ ସ୍ବର ଉଠାଇଛନ୍ତି। ଗାଁର ଜଣେ ଶିକ୍ଷକ ରାଜେନ୍ଦ୍ର ସିଂ ନିଜ ଉଭଣୀ ବାହାଘର କାର୍ଡରେ ନିଶା ଛାଡ଼ିବା ପାଇଁ ଅପିଲ କରିଥିଲେ। ସେ କାର୍ଡରେ ଲେଖିଥିଲେ ଯେ ବାହାଘରରେ ଅଫିମ, ଡୋଡା, ବିଡି, ତମ୍ବାଖୁ ଏବଂ ମଦ ସେବନ ବନ୍ଦ ରହିବ। ଏଥିପାଇଁ ଏହାକୁ ଛାଡ଼ି ଦିଅନ୍ତୁ। ବାହାଘର ଜୁଲାଇ ୧୦ ତାରିଖରେ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.