Below header

ଆତଙ୍କବାଦକୁ ସମୂଳେନାଶ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଇଲେକ୍ଟ୍ରୋନିକ୍ ଯାନ,ଜାଣନ୍ତୁ କେମିତି

ଆଜିପୁରା ଦୁନିଆରେ ଆତଙ୍କବାଦୀ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ପାଲଟିଛି । ଏମିତି ଦିନ କଟିନଥିବ ଯେବେ କୌଣସି ଆତଙ୍କୀ ହମଲା ନେଇ ଖବର ଆମ ପାଖକୁ ଆସିନଥିବ । ଆତଙ୍କୀମାନଙ୍କୁ ପାଳୁଥିବା ପାକିସ୍ତାନ ମଧ୍ୟ ଆତଙ୍କକୁ ନେଇ ଚିନ୍ତାରେ । କିନ୍ତୁ ଆପଣଙ୍କୁ ଏହା ଶୁଣିକି ଅଜବ ଲାଗିବ ଯେ ଇଲେକ୍ଟ୍ରି ଗାଡିଗୁଡିକ ଆତଙ୍କବାଦ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆପଣ ଭାବୁଥିବେ ଇଲେକ୍ଟ୍ରି ଗାଡିଗୁଡିକ ସହିତ ଆତଙ୍କବାଦଙ୍କର କଣ ଦେବାନେବା ?

terriristତେଲରେ ଖେଳ କରିଥାଏ ଆଇଏସଆଇଏସ୍:

ଆଜ୍ଞା ହଁ । ଆଜିକାଲି ଆତଙ୍କବାଦଙ୍କ ଠିକଣା ପ୍ରାୟତଃ ସେହି ଦେଶରେ ରହିଛି ଯେଉଁଠାରେ ତେଲର ଭଣ୍ଡାର ରହିଛି । ସେହି ସ୍ଥାନରେ ହିଁ ବେଶି ଆତଙ୍କୀ ସଂଗଠନକୁ ଫଣ୍ଡିଙ୍ଗ ମିଳିଥାଏ । ଯାହା ମୁଖ୍ଯତଃ ମୁସଲମାନ ଦେଶ ହିଁ ହୋଇଥାଏ । ଯେଉଁଠାରେ ତେଲ ପ୍ରଚୁର ମାତ୍ରାରେ ରହିଛି । ଇସଲାମି ଆତଙ୍କବାଦର ସବୁଠାରୁ ଭୟଙ୍କର ସଂଗଠନ ହେଉଛି ଆଇଏସଆଇଏସ୍ ଏବଂ ଅଏକାଏଦା । ଏମାନେମ ସେହି ଦେଶରେ ହିଁ ରହିଥାନ୍ତି ଯେଉଁଠାରେ ପୁରା ଅର୍ଥବ୍ୟବସ୍ଥା ତେଲ ଉପରେ ନିର୍ଭର କରିଥାଏ ।

ଗୋଟେ ସମୟରେ ଆଇଏସଆଇଏସ୍ ପାଖରେ ପ୍ରାୟ ୧୩ ହଜାର କୋଟି ଟଙ୍କାର ସମ୍ପତ୍ତି ଥିଲା ଏବଂ ଏହି ସମ୍ପତ୍ତି ସେ ତେଲ ଫିଲ୍ଡସ୍ ଉପରେ କବଜା କରି ଏକତ୍ର କରିଥିଲା । ଏହି ସମୟରେ ଆଇଏସଆଇଏସ୍ ଉତ୍ତର ଇରାକ ଏବଂ ସିରିୟାରେ ନିଜର ପକ୍ଷରେ ଥିବା ରିଫାଇନାରୀ ଏବଂ କୂଅରେ ପ୍ରତିଦିନ ତେଲ ବିକ୍ରି କରି ଏକ ରୁ ଦୁଇ ମିଲିୟନ ଡଲାର ମାନେ ପାଖାପାଖି ୧୩କୋଟି ଟଙ୍କା କମାଉଥିଲା । ଏକା ସିରିୟା ରୁ ହିଁ ଏହି ସଂଗଠନ ପ୍ରତିଦିନ ୪୪ହଜାର ବ୍ୟାରଲ ଏବଂ ଇରାକ୍ ରୁ ଚାରି ହଜାର ବ୍ୟାରେଲ କଞ୍ଚା ତେଲ ବାହାରିଥାଏ ।

Electric cars ଏହି ଦୁନିଆରେ ପ୍ରସିଦ୍ଧ ତେଲ ଉତ୍ପାଦନ ରାଷ୍ଟ୍ର କଥା କହିଲେ ସାଉଦି ଆରବର ତେଲ ଉତ୍ପାଦନ ୯.୯ ମିଲିୟନ୍ ବ୍ୟାରେଲ ପ୍ରତିଦିନ ହୋଇଥାଏ । ଯାହା ଦୈନିକ ଦୁନିଆରେ ଉତ୍ପାଦିତ ତେଲ ବ୍ୟାରେଲର ସମୁଦାୟ ସଂଖ୍ୟାର ୧୨.୬୫ ପ୍ରତିଶତ ଅଟେ । ଅନ୍ୟପଟେ ଇରାନ୍ ଦୈନିକ ପାଖାପାଖି ୪.୨୩ ମିଲିୟନ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ। ଯାହା ଦୈନିକ ଉତ୍ପାଦନର ୪.୭୭ ପ୍ରତିଶତ ଅଟେ । ଅନ୍ୟପଟେ ଇରାକ୍ ରୁ ପ୍ରତିଦିନ ୩.୪ ମିଲିୟନ ବ୍ୟାରେଲ ତେଲ ବାହାରିଥାଏ । ଯାହା ଦୈନିକ ତେଲ ଉତ୍ପାଦନର ୩.୭୫ ପ୍ରତିଶତ ଅଟେ ।

ଏହାବ୍ୟତିତ ସଂଯୁକ୍ତ ଆରବ ଅମିରାତ ପ୍ରତିଦିନ ପାଖାପାଖି ୩.୦୯ ମିଲିୟନ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ ଏଥିରେ ସାତ ଅମିରାତ ଆସିଥାଏ । ଯାହା ବିଶ୍ବର ଦୈନିକ ଆବଶ୍ୟକତାର ୩.୩୨ ପ୍ରତିଶତ ତେଲ ଉତ୍ପାଦନ କରିଥାଏ । ଏହା ସବୁ ଦେଶ ଓପିସିଇ ସଂଗଠନ ଗୁଡିକର ଭାଗ ଅଟେ । ଯାହା ମଧ୍ୟ ପୂର୍ବ ଏସିଆର ରାଜନୀତିରେ ବଡ ଦଖଲ ରଖିଥାଏ ।

ଓପିଇସିରେ ୧୪ ଦେଶ ସାମିଲ ଅଛି । କିନ୍ତୁ ପ୍ରଥମରୁ କ୍ବେତର ମଧ୍ୟ ଏହାର ଭାଗ ଥିଲା। ୨୦୧୮ରେ ଏହା ସଂଗଠନରୁ ହାତ ଫେରାଇ ନେଇଥିଲା । ୨୦୧୯ ରିପୋର୍ଟ ମୁତାବକ ଏହି ସବୁ ରାଷ୍ଟ୍ର ପାଖରେ ଦୁନିଆର ସମୁଦାୟ ଆବଶ୍ୟକତାର ୭୯.୪ ପ୍ରତିଶତ ତେଲ ଭଣ୍ଡାର ରହିଛି । ଦୁନିଆର ସବୁ ରାଷ୍ଟ୍ର ନିଜର ଦୈନିକ ତେଲର ଆବଶ୍ୟକତା ପାଇଁ ଏହି ରାଷ୍ଟ୍ର ଉପରେ ନିର୍ଭର କରିଥାଏ ।

ୟୁଏସ୍ ଏଜେନ୍ସି ସୂଚନା ମୁତାବକ ୨୦୧୮ ରେ ଏହି ସବୁ ଦେଶ ସମୁଦାୟ ତେଲର ଉତ୍ପାଦନରୁ ୭୧,୮୦୦ କୋଟି ଡଲାର ଇନକମ୍ ହୋଇଛି । ଯେଉଁଥିରେ ସବୁଠାରୁ ଅଧିକ ଇନକମ୍ ୧୬,୭୦୦ କୋଟି ଡଲାର କେବଳ ସାଉଦି ଆରବ ହିଁ କରିଛି। ଅନ୍ୟପଟେ ୨୦୧୭ ଆକଳନ ମୁତାବକ ତେଲର ଉତ୍ପାଦନ କରୁଥିବା ବ୍ୟକ୍ତି ମାନେ କୁଏତ୍,କତର ,ସାଉଦି ଆରବ,ଏବଂ ସୁଂକ୍ତ ଆରବ ଆମିରାତର ଅଟନ୍ତି ।

Rideଦାନରୁ ହୋଇଥାଏ ଫଣ୍ଡିଙ୍ଗ:

ଏହି ରାଷ୍ଟ୍ରରେ ରହୁଥିବା ନାଗରିକ ମାନଙ୍କ ଠାରୁ ସେମାନଙ୍କର ବାର୍ଷିକ ଆମଦନୀର ୨.୫ ପ୍ରତିଶତ ଦାନ ରୂପେ ନିଆଯାଇଥାଏ । ଯାହାକୁ ବିଭିନ୍ନ ସଂସ୍ଥା ଏବଂ ଅନ୍ୟ କାମ ମାନଙ୍କରେ ଖର୍ଚ୍ଚ କାରାଯାଇଥାଏ । ଏହି ଅର୍ଥ ଜରୁରୀ କାମ ବ୍ୟତିତ ଧାର୍ମିକ କାର୍ଯ୍ୟରେ ସହଯୋଗ କରୁଥିବା ସଂଗଠନକୁ ମଧ୍ୟ ପଠାଯାଇଥାଏ । ଯେଉଁଠାରୁ ଏହି ଟଙ୍କା ଅନ୍ୟ ବାଟରେ ଆତଙ୍କୀ ସଂଗଠନ ପାଖରେ  ପହଁଚିଥାଏ ।

ରମଜାନ ସମୟରେ ମିଳିଥାଏ ବହୁତ ଚାନ୍ଦା:

ଆତଙ୍କବାଦୀ ଫାଇନାନ୍ସଙ୍ଗ ରିକ୍ୟୁଟମେଣ୍ଟ ଆଣ୍ଡ ଅଟେକ୍ସ ନାମରେ ଅକ୍ଟୋବର ୨୦୧୮ ରେ ଏକ ବିଜ୍ଞପ୍ତି ପତ୍ର ଛପାଯାଇଥିଲା । ଏହାର ଲେଖିକା ନିକୋଲା ଲିମିଡିୟୋ ଖୁଲାସା କରିଥିଲେ କି, ଖାସକରି ପାକିସ୍ତାନରେ ଇଦ୍ ଅବସରରେ ସବୁଠାରୁ ବେଶି ଚାନ୍ଦା ରାଶି ଏକତ୍ର ହୋଇଥାଏ । ପ୍ରତ୍ୟକ ବ୍ୟକ୍ତି ଇଦ୍ ପାଖାପାଖି ଅର୍ନ୍ତରାଷ୍ଟ୍ରୀୟ ବଜାରରେ ୬୦୦ ଗ୍ରାମ ରୂପାର ମୂଲ୍ୟ ଅନୁସାରେ ଚାନ୍ଦା ରାଶି ଦେବାକୁ ପଡିଥାଏ । ଯେତେବେଳେ ରୂପାର ମୂଲ୍ୟ ଅଧିକ ଥାଏ ସେତେବେଳେ ଏହି ସଂଗଠନ ଗୁଡିକୁ ଜବରଦସ୍ତ ଚାନ୍ଦା ମିଳିଥାଏ ।

terriorist1ଆତଙ୍କବାଦୀଙ୍କୁ ସାହାର୍ଯ୍ୟ କରୁଥିବା ଦେଶର ଆୟ କମିଯିବ:

ଯେତେବେଳେ ତେଲ ଉପରେ ନିର୍ଭରତା କମ୍ ହେବ, ଏବଂ ଇଲେକ୍ଟ୍ରୋନିକ୍ ଗାଡି ଅଧିକ ମାତ୍ରାରେ ବିକ୍ରି ହେବ ଏହାଦ୍ବାରା ତେଲର ଅର୍ଥବ୍ୟବସ୍ଥା ଜରିଆରେ ଆତଙ୍କବାଦୀଙ୍କୁ ସାହାର୍ଯ୍ୟ କରୁଥିବା ଦେଶର ଆୟ କମିଯିବ । ଏହାସହିତ ପ୍ରଦୂଷଣ ମାତ୍ରା ମଧ୍ୟ କମିବ । କିନ୍ତୁ ଆତଙ୍କବାଦୀଙ୍କ ପାଇଁ ଏହା ସବୁଠାରୁ ବଡ ପ୍ରହାର ହେବ ।

କେଉଁଠାରେ କେତେ ଇଲେକ୍ଟ୍ରୋନିକ୍ କାର ବିକ୍ରି ହେଉଛି :

ଚୀନ୍, ଆମରିକା,ନାର୍ବି ସମେତ ବହୁ ଏମିତି ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରୋନିକ୍ କାର ବହୁତ ପ୍ରସିଦ୍ଧ ରହିଛି ଏବଂ ଏହାର ବିକ୍ରି ମଧ୍ୟ ଲଗାତାର ବଢିବାରେ ଲାଗିଛି । ୨୦୧୮ ଆକଳନ ମୁତାବକ ନାର୍ବିରେ ୪୯.୧୪ ପ୍ରତିଶତ,ଆଇସଲ୍ୟାଣ୍ଡରେ ୧୯.୧୪ ପ୍ରତିଶତ, ସ୍ବିଡେନରେ ୮ ପ୍ରତିଶତ,ନେଦରଲ୍ଟାଣ୍ଡରେ ୬.୬୯ ପ୍ରତିଶତ,ଫିନଲ୍ଟାଣ୍ଡରେ ୪.୭୪ ପ୍ରତିଶତ,ଚିନରେ ୪.୪୪ ପ୍ରତିଶତ,ପର୍ତ୍ତୁଗର୍ଲରେ ୩.୪୪ ପ୍ରତିଶତ,ସ୍ବୀଜରଲ୍ୟାଣ୍ଡରେ ୩.୧୮ ପ୍ରତିଶତ,ବ୍ରିଟେନରେ ୨.୫୩ ପ୍ରତିଶତ,କାନାଡାରେ ୨.୨୨ ପ୍ରତିଶତ,ଫ୍ରାନ୍ସରେ ୨.୧୦ ପ୍ରତିଶତ,ଆମେରିକାରେ ୨.୦୯ ପ୍ରତିଶତ,ଦ.କୋରିଆରେ ୨.୦୫ ପ୍ରତିଶତ ଏବଂ ଜର୍ମାନରେ ୧.୯୭ ପ୍ରତିଶତ ଇଲେକ୍ଟ୍ରୋନିକ ଯାନର ବିକ୍ରି ହୋଇଛି । ଅନ୍ୟପକ୍ଷେ ଭାରତରେ ଏହାର ବିକ୍ରି ମଇ ୨୦୧୯ରେ ୭.୫ଲକ୍ଷ ୟୁନିଟ ଉପରେ ପହଁଚି ଯାଇଛି । ଯେତେବେଳେ କି ୨୦୧୮ରେ ଏହାର ଆକଳନ ୫୬ହଜାର ବାହାନ ଥିବଲା । ୨୦୧୯ ଭିତରେ ୧.୨୬ ଏକ୍ଷ ଦୁଇ ଚକିଆ,୬.୩୦ ଏକ୍ଷ ତିନି ଚକିଆ ଏବଂ ୩,୬୦୦ ଇଲେକ୍ଟ୍ରୋନିକ୍ ପ୍ୟାସଞ୍ଜର ଗାଡି ବିକ୍ରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.