ରେଡମି-ସାମସଙ୍ଗ୍ ନୁହେଁ, ସମସ୍ତେ ଏହି ଫୋନର ଦିୱାନା, ଦେଖନ୍ତୁ ଏହି ବର୍ଷର ଟପ୍ ଟେନ୍ ସ୍ମାର୍ଟଫୋନ୍

AnTuTu ଜୁନ ମାସରେ ଟପ୍ ୧୦ ବେଷ୍ଟ ପରଫର୍ମିଙ୍ଗ୍ ଆଣ୍ଡ୍ରଏଡ୍ ଫୋନ୍ ଲିଷ୍ଟ ଜାରୀ କରିଛି। ଲୋକପ୍ରିୟ ବେଞ୍ଚମାର୍କ ଟୁଲ୍ AnTuTu ମୁତାବକ, ଗ୍ଲୋବାଲ୍ ମାର୍କେଟରେ ଜୁନ୍ ମାସର ଟପ୍ ୧୦ ବେଷ୍ଟ ପରଫର୍ମିଙ୍ଗ୍ ସ୍ମାର୍ଟଫୋନ ଲିଷ୍ଟରେ ୱାନପ୍ଲସ ୭ ପ୍ରୋ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ଦ୍ବିତୀୟରେ Mi ୯ ଏବଂ ତ୍ରୁତୀୟ ନମ୍ବରରେ Mi ବ୍ଲାର୍କଶାର୍କ ୨ ସ୍ମାର୍ଟଫୋନ ନିଜର ସ୍ଥାନ ବନାଇଦେଇଛି।

ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛି Redmi K20। ଯେଉଁଭଳି ଏହି ଲିଷ୍ଟରେ OnePlus 7 Pro ପ୍ରଥମ ସ୍ଥାନରେ ପହଁଚିଛି ସେହିଭଳି ଏହା ସହିତ ଲଞ୍ଚ ହୋଇଥିବା OnePlus 7 ଫୋନ ପଞ୍ଚମ ସ୍ଥାନରେ ରହିଛି। ଟପ୍ ୧୦ ଲିଷ୍ଟରେ Sony, LG ଏବଂ ସାମସଙ୍ଗ୍ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛି। ଆସନ୍ତୁ ଜାଣିବା ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଥିବା OnePlus 7 Pro ବିଷୟରେ।

antutu

ୱାନପ୍ଲସ ୭ ପ୍ରୋ ଫିଚର୍ସ

OnePlus 7 Proରେ କମ୍ପାନୀ ୬.୭ ଇଞ୍ଚର QHD+ଫ୍ଲୁଇଡ୍ AMOLED ଡିସପ୍ଲେ ଦିଆଯାଇଛି ଯାହାର ରିଜ୍ୟୁଲେସନ ୩୧୨୦x୧୪୪୦ ପିକ୍ସେଲ ରହିଛି। ସେହିଭଳି ଫୋନର ଆସପେକ୍ଟ ରେସିଓ ୧୮.୫:୯ ଏବଂ ସ୍କ୍ରୀନ ଟୁ ବଡି ରେସିଓ ୯୩% ରହିଛି। ଯେମିତି ପ୍ରଥମ ଲିକରୁ କୁହାଯାଇଥିଲା ଯେ ୱାନପ୍ଲସ୍ ୭ ପ୍ରୋକୁ ମିରର୍ ଗ୍ରେ, ନେବ୍ୟୁଲା ବ୍ଲୁ ଏବଂ ଆଲମଣ୍ଡ କଲରରେ ଲଞ୍ଚ କରାଯାଇଛି।

ଏହା ସହ ପଢ଼ନ୍ତୁ : ୫ ଶକ୍ତିଶାଳୀ ସ୍ମାର୍ଟଫୋନ୍, ଯାହା କେବେ ହୁଏ ନାହିଁ ହ୍ୟାଙ୍ଗ୍

କ୍ୟାମେରାରେ ରହିଛି ଅନେକ ଖାସିୟତ

ୱାନପ୍ଲସ ୭ ପ୍ରୋ ଟ୍ରିପଲ ରିୟର କ୍ୟାମେରା ଏଥିରେ ରହିଛି ଏବଂ ଏଥିରେ ୪୮ ମେଗାପିକ୍ସେଲ+୮ ମେଗାପିକ୍ସେଲ ସେଟଅପ୍ ଦିଆଯାଇଛି। ଫୋନରେ  f/୧.୬ ଅପର୍ଚର ସହିତ ୪୮ ମେଗାପିକ୍ସେଲର ସୋନି IMX୫୮୬ ପ୍ରାଇମେରୀ ସେନସର, f/୨.୨ ଅର୍ପଚର ବିଶିଷ୍ଟ ୧୬ ମେଗାପିକ୍ସେଲର ଅଲଟ୍ରା ୱାଇଡ୍ କ୍ୟାମେରା ଏବଂ ୩X  ଅପ୍ଟିକାଲ ଜୁମ ସହିତ ୮ ମେଗାପିକ୍ସେଲର ଟେଲିଫଟୋ କ୍ୟାମେରା ଅଛି ଯାହାର ଅର୍ପଚର  f/୨.୪ ରହିଛି।

ଭାରତରେ ଏହାର ପ୍ରାରମ୍ଭିକ ଦାମ ରହିଛି ୪୮,୯୯୯ ଟଙ୍କା, ଯାହା ୬ଜିବି+୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ବେରିୟଣ୍ଟର ଅଟେ। ଏହାର ୮ ଜିବି ରାମ/୨୫୬ ଜିବି ଷ୍ଟୋରେଜ୍ ବେରିୟଣ୍ଟ ୫୨,୯୯୯ ଟଙ୍କା ଏବଂ ୧୨ ଜିବି ରାମ/ ୨୫୬ ଜିବି ଷ୍ଟୋରେଜ୍ ବେରିୟଣ୍ଟ ୫୭,୯୯୯ ଟଙ୍କାରେ କିଣାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.