ଦାୟିତ୍ବବାନ୍ ପୋଲିସ୍ ଅଫିସର, ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ନିଜେ ବୁଲି ବୁଲି ବନ୍ଦ କରୁଛନ୍ତି ମ୍ୟାନହୋଲ୍

ମୃତ୍ୟୁର ଯନ୍ତ୍ର ସାଜିଛି ମ୍ୟାନହୋଲ୍ । ଖୋଲା ମ୍ୟାନହୋଲ୍ ଯୋଗୁଁ ଗଲାଣି ଅନେକ ଜୀବନ । ବର୍ଷାଦିନେ ତ ଏହି ସମସ୍ୟା ଗମ୍ଭୀର ରୂପ ନେଉଛି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଲୁହାର କଭର କଲେ ମଧ୍ୟ ତାହା ଚୋରି ହୋଇଯାଉଛି । ଆଜି ବି ଦେଶର ହଜାର ହଜାର ମ୍ୟାନହୋଲ୍ ଖୋଲା ପଡିଛି । ଯଦିଓ ଏଥିପ୍ରତି ସରକାରଙ୍କ ନିଘା ନାହିଁ ତେବେ ଦୁନିଆଁରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ ବିନା ସ୍ବାର୍ଥରେ ଅନ୍ୟର ଭଲ ପାଇଁ କାମ କରନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବେଙ୍ଗାଲୁରୁର ପୋଲିସ ବିଭାଗରେ କନେଷ୍ଟବଳ ଭାବରେ କାମ କରୁଥିବା ଗିରିଶ ।

ଏହା ସହ ପଢନ୍ତୁ ପାଠ ଇଞ୍ଜିନିୟରିଂ, ପେସା ଡ୍ରାଇଭିଂ . . ଭେଟନ୍ତୁ ସମାଜର ରୁଢିବାଦୀ ଚିନ୍ତାଧାରାକୁ ଭାଙ୍ଗିଥିବା ମୁମ୍ବାଇର ପ୍ରଥମ ମହିଳା ବସ୍ ଡ୍ରାଇଭର୍ ପ୍ରତୀକ୍ଷାଙ୍କୁ

ରାତିର ଅନ୍ଧାରରେ ବୁଲି ବୁଲି ମ୍ୟାନହୋଲ୍ ବନ୍ଦ କରିଥାନ୍ତି ଗିରିଶ । ଗିରିଶ୍ ମ୍ୟାନହୋଲ୍ ବନ୍ଦ କରୁଥିବା ସମୟରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କର ଫଟୋ ଉଠାଇନେଇଥିଲେ । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଗିରିଶଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ମ୍ୟାନହୋଲରେ ପଡି ତାଙ୍କର ଜଣେ ସାଥୀଙ୍କର ଛୋଟ ଝିଅର ଜୀବନ ଚାଲିଯାଇଥିଲା । ସେବେଠାରୁ ଏମିତି ଛୋଟ ଛୋଟ ସମସ୍ୟାର ସମାଧାନ ସେ ନିଜେ କରୁଛନ୍ତି । ଗିରିଶ ନା କେବଳ ଜଣେ ସଚ୍ଚୋଟ ପୋଲିସ୍ ଅଫିସର ବରଂ ଜଣେ ଦାୟିତ୍ବବାନ୍ ନାଗରିକର କର୍ତ୍ତବ୍ୟ କରିଛନ୍ତି ।

ଦେଖନ୍ତୁ ଟୁଇଟରରେ ଗିରିଶଙ୍କ ପ୍ରଶଂସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.