ଦେଶ ବିଦେଶ

ଦିଲ୍ଲୀରେ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ଅଫର୍‌ କଲା ଆମ୍‌ ଆଦ୍‌ମୀ ପାର୍ଟି

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ବିରୋଧୀ ଇଣ୍ଡିଆ ମେଣ୍ଟରୁ ଦୂରେଇ ଯାଉଛନ୍ତି। ମମତା ବାନାର୍ଜୀ, ନୀତୀଶ କୁମାର ଓ ଜୟନ୍ତ ଚୌଧୁରୀଙ୍କ ଝଟ୍‌କାରୁ ମେଣ୍ଟ ବାହାରି ନ ଥିବାବେଳେ ଏବେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍‌) ମଧ୍ୟ ସିଟ୍ ସେୟାରିଂକୁ ନେଇ ରେଡ୍‌ ଲାଇନ୍‌ ଟାଣିଛି ।

ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି । ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ ପାଠକ କହିଛନ୍ତି ଯେ ଆମେ କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଆସନର ପ୍ରସ୍ତାବ ଦେଇଛୁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନରେ ମଙ୍ଗଳବାର ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଏହି ବୈଠକ ପରେ ସନ୍ଦୀପ ପାଠକ କହିଥିଲେ ଯେ ମେଣ୍ଟ ଅଧୀନରେ ଦିଲ୍ଲୀରେ ୭ ଲୋକସଭା ଆସନ ମଧ୍ୟରୁ ୬ଟି ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ନିଜେ ନିର୍ବାଚନ ଲଢ଼ିବ । ଗୋଟିଏ ଆସନରୁ କଂଗ୍ରେସକୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଛି ।

ସେ କହିଥିଲେ କି, ମେଣ୍ଟର ଧର୍ମ ପାଳନ କରି କଂଗ୍ରେସର ମାନ ରଖି ଆମେ ସେମାନଙ୍କୁ ଲୋକସଭା ନିର୍ବାଚନ ପାଇଁ ଗୋଟିଏ ଆସନ ଅଫର୍‌ କୁରୁଛୁ । ଆମର ପ୍ରସ୍ତାବ ହେଉଛି ଯେ କଂଗ୍ରେସ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢ଼ୁ ଏବଂ ୬ଟି ଆସନରେ ଆମ୍‌ ଆମ୍‌ମୀ ପାର୍ଟି ନିର୍ବାଚନ ଲଢ଼ୁ ।

ପାଠକ ଆହୁରି କହିଥିଲେ ଯେ ଆମେ ଚାହୁଁଛୁ, ଏହି କଥାବାର୍ତ୍ତାର ଜଲ୍‌ଦି ନିଷ୍କର୍ଷ ବାହାରୁ ଏବଂ ଆମେ ସମସ୍ତେ ନିର୍ବାଚନ କାମରେ ଲାଗି ପଡ଼ୁ । ଯଦି କୌଣସି ନିଷ୍କର୍ଷ ନ ବାହାରେ, ତା’ ହେଲେ ଆଗାମୀ କିଛି ଦିନ ଭିତରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀଙ୍କ ନାମ ଘୋଷଣା କରି ଦେବ ଏବଂ ଗ୍ରାଉଣ୍ଡରେ ନିଜର କାମ ଆରମ୍ଭ କରିବ ।

Roshni

Recent Posts

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

4 mins ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

14 mins ago

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

47 mins ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

51 mins ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

1 hour ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

1 hour ago