ଦିଲ୍ଲୀରେ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ଅଫର୍ କଲା ଆମ୍ ଆଦ୍ମୀ ପାର୍ଟି
ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି । ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ ପାଠକ କହିଛନ୍ତି ଯେ ଆମେ କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଆସନର ପ୍ରସ୍ତାବ ଦେଇଛୁ ।

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ବିରୋଧୀ ଇଣ୍ଡିଆ ମେଣ୍ଟରୁ ଦୂରେଇ ଯାଉଛନ୍ତି। ମମତା ବାନାର୍ଜୀ, ନୀତୀଶ କୁମାର ଓ ଜୟନ୍ତ ଚୌଧୁରୀଙ୍କ ଝଟ୍କାରୁ ମେଣ୍ଟ ବାହାରି ନ ଥିବାବେଳେ ଏବେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ସିଟ୍ ସେୟାରିଂକୁ ନେଇ ରେଡ୍ ଲାଇନ୍ ଟାଣିଛି ।
ଆମ୍ ଆଦମୀ ପାର୍ଟି କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି । ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ ପାଠକ କହିଛନ୍ତି ଯେ ଆମେ କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ଆସନର ପ୍ରସ୍ତାବ ଦେଇଛୁ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନରେ ମଙ୍ଗଳବାର ଦଳର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଏହି ବୈଠକ ପରେ ସନ୍ଦୀପ ପାଠକ କହିଥିଲେ ଯେ ମେଣ୍ଟ ଅଧୀନରେ ଦିଲ୍ଲୀରେ ୭ ଲୋକସଭା ଆସନ ମଧ୍ୟରୁ ୬ଟି ଆସନରେ ଆମ୍ ଆଦ୍ମୀ ପାର୍ଟି ନିଜେ ନିର୍ବାଚନ ଲଢ଼ିବ । ଗୋଟିଏ ଆସନରୁ କଂଗ୍ରେସକୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଛି ।
ସେ କହିଥିଲେ କି, ମେଣ୍ଟର ଧର୍ମ ପାଳନ କରି କଂଗ୍ରେସର ମାନ ରଖି ଆମେ ସେମାନଙ୍କୁ ଲୋକସଭା ନିର୍ବାଚନ ପାଇଁ ଗୋଟିଏ ଆସନ ଅଫର୍ କୁରୁଛୁ । ଆମର ପ୍ରସ୍ତାବ ହେଉଛି ଯେ କଂଗ୍ରେସ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢ଼ୁ ଏବଂ ୬ଟି ଆସନରେ ଆମ୍ ଆମ୍ମୀ ପାର୍ଟି ନିର୍ବାଚନ ଲଢ଼ୁ ।
ପାଠକ ଆହୁରି କହିଥିଲେ ଯେ ଆମେ ଚାହୁଁଛୁ, ଏହି କଥାବାର୍ତ୍ତାର ଜଲ୍ଦି ନିଷ୍କର୍ଷ ବାହାରୁ ଏବଂ ଆମେ ସମସ୍ତେ ନିର୍ବାଚନ କାମରେ ଲାଗି ପଡ଼ୁ । ଯଦି କୌଣସି ନିଷ୍କର୍ଷ ନ ବାହାରେ, ତା’ ହେଲେ ଆଗାମୀ କିଛି ଦିନ ଭିତରେ ଆମ୍ ଆଦ୍ମୀ ପାର୍ଟି ପ୍ରାର୍ଥୀଙ୍କ ନାମ ଘୋଷଣା କରି ଦେବ ଏବଂ ଗ୍ରାଉଣ୍ଡରେ ନିଜର କାମ ଆରମ୍ଭ କରିବ ।